PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓଜନ କମ୍ କରିବାରେ ସାହାଯ୍ୟ କରେ ପୋଦିନା ଚା’, ରହିଛି ଆହୁରି ଅନେକ ଔଷଧୀୟ ଗୁଣ

ଭୁବନେଶ୍ୱର ୦୬/୧୦ : ଆମେ ସମସ୍ତେ ଜାଣୁ ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାକୁ ଆପଣ ଯେକୌଣସି ଉପାୟରେ ବ୍ୟବହାର କରିପାରିବେ। ଏହାର ସୁଗନ୍ଧ ଅତି ସୁନ୍ଦର। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ।

8 Benefits of Peppermint Tea: From Inducing Sleep to Aiding Weight Loss and  More! - NDTV Food

ପୋଦିନା ଚା’ ଦ୍ୱାରା ଓଜନ କମ କରାଯାଇପାରିବ। ଯଦି ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ତାହେଲେ ନିୟମିତ ସକାଳୁ ପୋଦିନା ଚା’ ପିଅନ୍ତୁ। ଏହାଦ୍ୱାରା ଫ୍ୟାଟ୍ ବର୍ଣ୍ଣ ହୋଇଥାଏ। ପୋଦିନା ଚା’ କେବଳ ଓଜନ କମ୍ କରିବା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।

ପୋଦିନାର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି। ଏଥିରେ ଆଇରନ୍, ପୋଟାସିୟମ୍, ମାଙ୍ଗାନିଜ୍, ଭିଟାମିନ୍-ଏ, ଭିଟାମିନ୍-ସି ଓ ବି-କମ୍ପ୍ଲେକ୍ସ ଭରପୁର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ । ପୋଦିନା ଚା’ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ସେବନ ଦ୍ୱାରା ସୁଗାର ଲେବଲ୍ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ପୋଦିନାରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ, ଯାହା ବଦହଜମି ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Peppermint tea: Health benefits, how much to drink, and side effects

କିଭଳି ପ୍ରସ୍ତୁତ କରିବେ ପୋଦିନା ଚା’:

ଏକ ପ୍ୟାନରେ ପାଣି ଫୁଟାଇବେ। ପାଣିରେ ପୋଦିନା ପତ୍ର, ଗୋଲମରିଚ ଗୁଣ୍ଡ ଓ ସନ୍ଧବ ଲୁଣ ପକାଇ ୫-୭ ମିନିଟd ଫୁଟାଇବେ। ଏହାକୁ ଏକ କପରେ ଛାଣିଦେବେ। ଯଦି ଏହାର ସ୍ୱାଦ କଡା ଲାଗେ ତାହେଲେ ଏଥିରେ ଲେମ୍ବୁ ଓ ମହୁ ମଧ୍ୟ ମିଶାଇ ପାରିବେ।