ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚଢାଉ କରିବାକୁ ଯାଇ ପୋଲିସ ହଟହଟା, ଗଞ୍ଜେଇ ଚାଷୀଙ୍କ ମାଡ଼ରେ ହୋମଗାର୍ଡ ଆହତ

Published By : Rasmita Pradhan | March 20, 2025 9:29 AM

ମାଲକାନଗିରି,୨୦/୦୩: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଲିମିତାଙ୍ଗ ଗ୍ରାମକୁ ଚଢାଉ କରିବାକୁ ଯାଇ ହଟହଟା ହେଲା ପୋଲିସ । ଗଞ୍ଜେଇ ଚାଷୀଙ୍କ ମାଡ଼ରେ ଜଣେ ହୋମଗାର୍ଡ ଆହତ ହୋଇ ଚିତ୍ରକୋଣ୍ଡା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ସୂଚନା ମୁତାବକ, ଚିତ୍ରକୋଣ୍ଡା ପୋଲିସ ବୁଧବାର ସନ୍ଧ୍ୟା ସମୟରେ ସ୍ୱାଭିମାନ ଅଞ୍ଚଳ ପାପାରମେଟଲା ଥାନା ଅନ୍ତର୍ଗତ ଲିମାତାଙ୍ଗ ଗ୍ରାମକୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇଥିଲା। ଚିତ୍ରକୋଣ୍ଡା ପୋଲିସ ଓ ପାପରମେଟଲା ପୋଲିସ ମିଳିତ ଭାବରେ ଲିମାତାଙ୍ଗ ଗାଁରେ ଚଢାଉ କରିଥିଲେ । ହେଲେ ଚଢାଉ କରୁଥିବା ଦେଖି ଗାଁର କିଛି ଗଞ୍ଜେଇ ଚାଷୀ ପୋଲିସ ଉପରେ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଚିତ୍ରକୋଣ୍ଡା ଥାନାର ହୋମଗାର୍ଡ ଦେବେନ୍ଦ୍ର ରାଉତ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ହାତରେ ମାଡ଼ ବାଜିଛି। ସେ ଚିତ୍ରକୋଣ୍ଡା ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଗୁରୁବାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଖବରଟିକୁ ପଢନ୍ତୁ-୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.