ସାଧାରଣତନ୍ତ୍ର ଦିବସରେ ୮୫୫ ଜଣଙ୍କୁ ପୁଲିସ ପଦକ, ଓଡ଼ିଶାରୁ ପାଇଲେ ୩୯ ପୁଲିସ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶର ୮୫୫ ଜଣ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି । ଏଥିରେ ୩୯ ଜଣ ଓଡ଼ିଆ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ସାହସିକତା ନିମନ୍ତେ ୨୬ ଜଣ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୧୧ ଜଣଙ୍କୁ ପୁଲିସ ପଦକ ପାଇବେ । ସାହସିକତା ବର୍ଗରେ ଓଡି଼ଶାରୁ କେହି ରାଷ୍ଟପତି ପଦକ ହାତେଇ ପାରିନାହାନ୍ତି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨ ଜଣ ରାଷ୍ଟ୍ରପତି ପଦକ ପାଇବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।
ସାହସିକତା ପାଇଁ ପଦକ ପାଉଥିବା ଓଡ଼ିଶାର ୨୬ ଜଣ ପୁଲିସ ଅଧିକାରୀ ହେଲେ ଏସ୍ପି ପ୍ରତୀକ ସିଂ, ଏଏସ୍ଆଇ ସୁନିଲ କୁମାର ନନ୍ଦ, ଅତିରିକ୍ତ ଏସପି ନିରଞ୍ଜନ ସାହୁ ବିଦ୍ୟାଧର ସେଠୀ (ଏସୟୁବି), ଅଶୋକ କୁମାର ରଥ ଓଏପିଏଫ୍ ଜଗନ୍ନାଥ କହଁର । ସେହିପରି କମାଣ୍ଡୋଙ୍କ ମଧ୍ୟରେ ବିଶାଳ ବୋମଜାନ୍, ରାଜେନ୍ଦ୍ର ମଲ୍ଲ, ଦୀପକ ସିଂ କୁଅଁର, ଧନଞ୍ଜୟ ବରାଡ଼, କୃଷ୍ଣଚନ୍ଦ୍ର ପିଙ୍ଗ, ସନ୍ତୋଷ କୁମାର ଧନ୍ ଓ ହାବିଲଦାରଙ୍କ ମଧ୍ୟରେ ଧ୍ରୁବ ବାହାଦୂର ବାସନେଟ, ରାଜେଶ ବିଶ୍ୱକର୍ମା, କମଳେନ୍ଦୁ ଷଡ଼ଙ୍ଗୀ, ଆଲୋକ କୁମାର ସେଠୀ, କେଶବ ସିସା, ଜିତେନ୍ଦ୍ର କୁମାର ଦାସ ଓ ସିଟି ମଧ୍ୟରେ ମଦନ କିଶାନ, ଅଥନାସିୟସ ଜୋଜୋ, ମୁକେଶ କୁମାର ବ୍ରହ୍ମା, ରବିନ୍ଦ୍ର ଶବର, ମଧୁସୂଦନ ମଲ୍ଲିକ, ସିନୟ ଶେଖର ବେପାରୀ, ଉଦ୍ଧବ ଚାଲାଣ, କାହ୍ମୁଚରଣ ମାଝି । ପ୍ରଶଂସନୀୟ କାର୍ଯ୍ୟ ପାଇଁ ପଦକ ପାଉଥିବା ପୁଲିସ ଅଧିକାରୀ ହେଲେ ଓଏସ୍ଏପି କମାଣ୍ଟାଣ୍ଟ ନବ ଦାସ, ଡେପୁଟି କମାଣ୍ଡାଣ୍ଟ ଅଜୟ ପାଢ଼ୀ (ଏସ୍ଓଜି), ଡିଏସ୍ପି ଅଶୋକ ଦେଓ (ଏସ୍ଆଇଡବ୍ଲ୍ୟୁ), ଏସିପି ପ୍ରଫୁଲ୍ଲ ସିଂହ (ସିକ୍ୟୁରିଟି), ଇନଚାର୍ଜ ଡିଏସ୍ପି ପ୍ରଦ୍ୟୁମ୍ନ ଦ୍ୱିବେଦୀ (ଭିଜିଲାନ୍ସ), ଇନ୍ଚାର୍ଜ ଡିଏସପି ସ୍ନିଗ୍ଧା ଭଞ୍ଜ (ଇଓଡବ୍ଲୁ, ସିଆଇଡି, ସିବି), ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା, ଏସ୍ଆଇ ବ୍ରହ୍ମାନନ୍ଦ ପଣ୍ଡା (ଏସ୍ଆଇଡବ୍ଲ୍ୟୁ), ଏଏସ୍ଆଇ କୈଳାସ ଚନ୍ଦ୍ର ପ୍ରଧାନ, ହାବିଲଦାର ଆଲେକ ଜାଣ୍ଡର କୁଜୁର, କନଷ୍ଟେବଲ ବିପ୍ର ଚରଣ ଗୌଡ଼ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ପାଇବେ ଭୁବନେଶ୍ୱର ୟୁପିଡି ଏସ୍ସିପି ଅସୀମ କୁମାର ପଣ୍ଡା, ଡିଏସ୍ପି ଜ୍ଞାନରଞ୍ଜନ ମହାପାତ୍ର (ଏସ୍ଆଇଡବ୍ଲ୍ୟୁ) ।