ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍, ଡିସେମ୍ବର ୧୧ରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର

ଭୁବନେଶ୍ୱର,୦୯/୧୨: ଜୀସାର୍ଥକ ଫିଲ୍ମସ୍ର ନୂଆ ଓଡ଼ିଆ ସିନେମା “ପୋଲିସ୍ ବାବୁ’ର ଅଡିଓ ରିଲିଜ୍ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଥିବା ମୋଟ ୩ଟି ଯାକ ଗୀତ ଶ୍ରୋତାଙ୍କ ମନ ଛୁଇଁଲା ଭଳି ହୋଇଛି । ଆସନ୍ତା ୧୧ ଡିସେମ୍ବର ସନ୍ଧ୍ୟା ୬ଟା ୩୦ରେ ସିନେମାଟି ଜୀସାର୍ଥକ ଚ୍ୟାନେଲରେ ମୁକ୍ତିଲାଭ କରୁଛି । ମନଛୁଆଁ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ରାମା ଓ କମେଡିରେ ଭରପୂର ଏହି ସିନେମାଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ପ୍ରଯୋଜନା ଟିମ୍ ପକ୍ଷରୁ କୁହାଯାଇଛି ।
ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଛନ୍ତି ଏବଂ ଗୁଡ୍ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କଣ୍ଠଦାନ କରିଛନ୍ତି ଲିପ୍ସା, କୁଲଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ । ଚୁଲ୍ବୁଲି ନାୟିକା ସାୟଲ ଓ ହ୍ୟାଣ୍ଡସମ୍ ନାୟକ ଶୁଭାଶିଷ ଓରଫ୍ ମଣ୍ଟୁ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଜୀସାର୍ଥକର ଅନ୍ୟ ସଫଳ ସିନେମା ପରି ଏହି ସିନେମାଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ଜୀସାର୍ଥକ ଚ୍ୟାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି । ସବୁଠୁ ବଡ଼କଥା ହେଉଛି, ଉଭୟ ଟେଲି ଧାରାବାହିକ ଓ ଚଳଚ୍ଚିତ୍ରରେ ଲୋକପ୍ରିୟ ହେଇଥିବା ମଣ୍ଟୁ ପ୍ରଥମ ଥର ପାଇଁ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିବେ ଏବଂ କମେଡି ବି କରିବେ ।