PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଝଗଡ଼ା ତୁଟାଇବାକୁ ଯାଇଥିବା ପୁଲିସକୁ ଆକ୍ରମଣ: ଜଣେ ଗିରଫ, ୩ ଫେରାର୍‌

source:www.deccanherald.com

ଭୁବନେଶ୍ୱର,୨୫ ।୨(ବ୍ୟୁରୋ): ଝଗଡ଼ା ତୁଟାଇବାକୁ ଯାଇଥିବା ପିସିଆର କର୍ମଚାରୀଙ୍କୁ କିଛି ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିଛନ୍ତି । ଖଣ୍ଡଗିରି ଥାନା ପୁଲିସ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି । ସେ ହେଲେ ଶିରିପୁର ଅଞ୍ଚଳର ଜେ. ପ୍ରଧାନ । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ଜଣ ଆକ୍ରମଣକାରୀଙ୍କୁ ଧରିବାକୁ ଖଣ୍ଡଗିରି ଥାନା ପୁଲିସ୍‌ ତନାଘନା ଚଳାଇଛି । ଏ ସମ୍ପର୍କରେ ପିସିଆର ନମ୍ବର -୨୮ର ଏସ୍‌ଡିଓ ତଥା ଅବସରପ୍ରାପ୍ତ ଏଏସ୍‌ଆଇ ପ୍ରଦୀପ କୁମାର ନନ୍ଦ ଥାନାରେ ଏତଲା ଦେଇଛନ୍ତି ।
ପୁଲିସ୍‌ ରିପୋର୍ଟ ମୁତବାକ, ଗତକାଲି ରାତିରେ ଶିରିପୁର ନିକଟସ୍ଥ ସିଟି ଓମେନ୍ସ କଲେଜ ନିକଟରେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଚାଲିଥିଲା । ଜରୁରିକାଳୀନ ସେବା-୧୦୦ରୁ ଖବର ପାଇ ପିସିଆର-୨୮ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ପକ୍ଷକୁ ଝଗଡ଼ା ନ କରିବା ପାଇଁ ବୁଝାଇଥିଲେ । ତଥାପି ଉତ୍ତେଜନା ନ କମିବାରୁ ପ୍ରଦୀପ କିଛି ଲୋକଙ୍କୁ ତାଗିଦ୍‌ କରିଥିଲେ । ଯାହାକି, ତାଙ୍କୁ ମହଙ୍ଗା ପଡ଼ିଥିଲା । ଗୋଟିଏ ଗୋଷ୍ଠୀ ପକ୍ଷରୁ ଜେ ପ୍ରଧାନ ଓ ଅନ୍ୟ ୩ ଅଭିଯୁକ୍ତ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଘଟଣାସ୍ଥଳରୁ ପଳାଇବା ପାଇଁ ଧମକାଇଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଘଟଣାସ୍ଥଳରେ ଅନ୍ୟ ଏକ ପିସିଆର ଭ୍ୟାନ ପହଞ୍ଚିବାରୁ ଦୁଇ ଗୋଷ୍ଠୀ ଖସି ପଳାଇଥିଲେ । ହେଲେ ପ୍ରଦୀପ ଜେ ପ୍ରଧାନଙ୍କୁ କାବୁ କରିନେଇଥିଲେ । ପୁଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।