ଉଦୟପୁର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୁରୁଗ୍ରାମରେ ହୋଇଥିବା ରାଲିରେ ବିବାଦୀୟ ନାରା, ମାମଲା ରୁଜୁ କଲା ପୁଲିସ

pic- internet
ନୂଆଦିଲ୍ଲୀ: ଉଦୟପୁର ହତ୍ୟା କାଣ୍ଡ ଘଟଣାକୁ ନେଇ ଗୁରୁଗ୍ରାମରେ ବିରୋଧ ପ୍ରଦର୍ଶନ କରାଯାଇଛି। ହେଲେ ଏଥିରେ ଏକ ସମ୍ପ୍ରଦାୟ ବିଶେଷ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ନାରା ଲଗାଇଛନ୍ତି। ତେବେ ଏହି ଘଟଣାରେ ହରିଆଣା ପୁଲିସ ଏକ ମାମଲା ରୁଜୁ କରିଛି।
ସୂଚନା ଅନୁସାରେ ଏଭଳି ଘଟଣା ଉଦୟପୁରରେ ଜଣେ ଟେଲରକୁ ହତ୍ୟା କରାଯିବା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କରାଯାଇଥିବା ଏକ ରାଲିରେ ଦେଖିବାକୁ ମିଳିଛି। ଭାରତୀୟ ଦଣ୍ଡ ସଂହିତା ଧାରା ୧୧୬,୧୫୩-ଏ, ୨୯୫-ଏ,୩୪,୫୦ ଅଧିନରେ ଏଫଆଇଆର ରୁଜୁ ହୋଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୫ ଟାରେ ୫୦ ରୁ ଅଧିକ ଲୋକ ସରହରର କମଲା ନେହେରୁ ପାର୍କରେ ଏକତ୍ରିତ ହୋଇଥିଲେ। ଏହି ଲୋକମାନେ ଇସ୍ଲାମିକ ଜିହାଦ ଆତଙ୍କବାଦୀର କୁଷ ପୁତୁଳିକା ଜଳାଇଥିଲେ। ଏବଂ ମୁସଲମାନ ସମ୍ପ୍ରଦାୟ ବିରୋଧରେ ନାରା ଲଗାଇଥିଲେ।
ସୂଚନା ଥାଉକି, ଉଦୟପୁରରେ କହ୍ନେୟାଲାଲଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ଚାଖୁରେ ହତ୍ୟା କରିଥିଲେ ଦୁଇ ମୁସଲମାନ ଯୁବକ। ଏମିତିକି ଅଭିଯୁକ୍ତ ଦୁଇ ଜଣ ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାର କିଛି ସମୟ ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।