ପୁରୀ, ୩୦।୫ : ପୁରୀରେ ଏନଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର। ଶନିବାର ରାତିରେ ଅପରାଧୀ ଚନ୍ଦନ ଜେନାଙ୍କୁ ପୁଲିସ ଏନକାଉଣ୍ଟର କରିଛି। ଚନ୍ଦନର ଡାହାଣ ଗୋଡରେ ବାଜିଛି ଗୁଳି । ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ଭର୍ତ୍ତି କରିଛି।
ଚନ୍ଦନ ଜେନାଙ୍କ ଗତିବିଧି ସମ୍ପର୍କରେ ପୂର୍ବରୁ ସୂଚନା ପାଇ ପୁଲିସ ଜାଲ ବିଛାଇଥିଲା। ପୁରୀ ସହର ନିକଟସ୍ଥ ଓମକାରେଶ୍ୱର ମନ୍ଦିର ଅଞ୍ଚଳରେ ପୁଲିସ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ଏନକାଉଣ୍ଟର କରିଥିଲା। ଚନ୍ଦନ ଗୋଡରେ ଗୁଳି ବାଜିଥିବା ବେଳେ ପୁଲିସ ହେପାଜତରେ ପୁରୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଚନ୍ଦନ ଜେନାଙ୍କ ଘର କୋଣାର୍କ ଥାନା ଅଧୀନ ହାଟଦଣ୍ଡା ଅଞ୍ଚଳରେ। ତାଙ୍କ ନାମରେ ଏକାଧିକ ମାମଲା ରହିଛି।
ଆହୁରି ପଢନ୍ତୁ : ସୌମ୍ୟ ହତ୍ୟା ଘଟଣା : ତଦନ୍ତ କରିବ ଏନଏଚଆରସି ଟିମ୍