ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ

Published By : Prameya | November 21, 2024 8:06 AM

ମାଲକାନଗିରି ୨୧/୧୧: ମାଲକାନଗିରି ଏମ୍‌ଭି-୭୯ ଜିନ୍ଦଲଗୁଡ଼ାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିଲା ଜଣେ ମାଓବାଦୀ। ଦୁଇ ନକ୍ସଲ ଗିରଫ। ମାଓବାଦୀଙ୍କ ଗୁଳିରେ ଜଣେ ଡିଭିଏଫ ଯବାନ ଆହତ ହୋଇଛନ୍ତି । ଯବାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାଇ, ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଛତିଶଗଡରୁ କିଛି ମାଓବାଦୀ ଲୁଚି ଆସି ରହିଥିବା ନେଇ ପୁଲିସ୍ର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥଲେ।

ତଥ୍ୟ ଅନୁଯାୟୀ ଜିଲ୍ଲାର କାଲିମେଳାବ୍ଲକରେ ଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏହି ଖବର ପାଇ ଅଞ୍ଚଳରେ  ମାଲକାନଗିରି ଜିଲ୍ଲାର ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ବୁଧବାର ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଜଣେ ଡିଭିଏଫ ଯବାନ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣାପଡ଼ିଛି। ଏହା ସହ ଦୁଇଜଣ ମାଓବାଦୀ ଯବାନଙ୍କ ଦ୍ଵାରା ଗିରଫ  କରାଯାଇଛି। ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି। ଘଟଣା ସ୍ଥଳରେ ଅଧିକ ଯବାନ ପହଁଚି କୁମ୍ବି ଅପରେସନକୁ ଜୋ ଦାର କରିଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.