PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁଲିସ୍‌ ଏନ୍‌କାଉଣ୍ଟର; ପିଏଲ୍‌ଏଫ୍‌ଆଇ କମାଣ୍ଡର ସହ ୫ ନିହତ

ରାଉରକେଲା/କୁଆରମୁଣ୍ଡା,୨୯ା୧(ବ୍ୟୁରୋ/ଆପ୍ର): ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଅଡକୀ ଗ୍ରାମର ତିର୍‌ଲା ପାହାଡ଼ରେ ଆଜି ସକାଳ ସାଢ଼େ ୬ଟାରେ ପୁଲିସ୍‌ ଓ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଯବାନଙ୍କ ଗୁଳିରେ ପିଏଲ୍‌ଏଫ୍‌ଆଇ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ୨ଟି ଏକେ-୪୭, ଗୋଟିଏ ପିସ୍ତଲ, ୩ଟି ଦେଶୀ ପିସ୍ତଲ, ଏକେ-୪୭ର ମାଗାଜିନ, ୩ଟି ବନ୍ଧୁକର ମାଗାଜିନ, କାରବାଇନ୍‌ର ମାଗାଜିନ, ୨୬୪ ରାଉଣ୍ଡ ଅଫୁଟା ଗୁଳି ଓ ୮ଟି ପିଠୁ ମିଳିଛି ।
ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମର ଖୁଣ୍ଟି ଜିଲ୍ଲା ଏଏସ୍‌ପି ଅନୁରାଗ ରାଜଙ୍କୁ ସୂଚନା ମିଳିଥିଲା ଯେ ପିଏଲ୍‌ଏଫ୍‌ଆଇର ଏକ ଗ୍ରୁପ୍‌ ଅସ୍ତ୍ରଶସ୍ତ୍ର ସହ ତିର୍‌ଲା ପାହାଡ଼ରେ ଲୁଚିଛନ୍ତି ଓ ସେମାନେ କୌଣସି ଘଟଣା ଘଟାଇବା ଲାଗି ଯୋଜନା କରୁଛନ୍ତି । ଏହି ଖବର ପାଇବା ପରେ ଅଡକୀ ଓ ବଦଗାଁ ଥାନା ପୁଲିସ୍‌କୁ ସେଠାରେ ଚଢଉ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଦୁଇ ଥାନାର ପୁଲିସ୍‌ ବାହିନୀ ଏବଂ ୨୦୯ କୋବ୍ରା ବାଟାଲିୟନର ଯବାନମାନେ କମାଣ୍ଡାଣ୍ଟ ବିକି କୁମାର ପାଣ୍ଡେ ଓ ସହକାରୀ କମାଣ୍ଡାଣ୍ଟ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଗତକାଲି ରାତିରୁ ଅଡକୀ ଗ୍ରାମରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଆଜି ସକାଳ ସାଢ଼େ ୬ଟା ସମୟରେ ଯବାନମାନଙ୍କୁ ଦେଖି ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଯବାନମାନେ ଦେଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଅଡକୀ ଅଞ୍ଚଳରେ ସକ୍ରିୟ ଥିବା କମାଣ୍ଡର ପ୍ରଭୁ ସାଏବ ବୋଦ୍ରା ଓ ତାଙ୍କର ୪ ଜଣ ସହଯୋଗୀ ନିହତ ହୋଇଛନ୍ତି । ପ୍ରଭୁଙ୍କୁ ଧରାଇ ଦେବା ଲାଗି ଝାଡ଼ଖଣ୍ଡ ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଅପରପକ୍ଷରେ ଏହି ଗୁଳି ବିନିମୟ ସମୟରେ ପିଏଲ୍‌ଏଫ୍‌ଆଇର ସଦସ୍ୟ ସାମୁ ଚୁଟିଆ ପୂର୍ତ୍ତି (୨୫) ଏବଂ ପ୍ରବୀଣ ମୁଣ୍ଡୁ (୨୦) ଆହତ ହୋଇଛନ୍ତି । ସେମାନଙ୍କୁ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାକି ୪ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଖସି ଯାଇଥିବା ପିଏଲ୍‌ଏଫ୍‌ଆଇ ସଦସ୍ୟମାନଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ୍‌ ଜାରି ରହିଛି ଏବଂ ଅଡକୀର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରାୟ ଦୁଇ ବର୍ଷ ହେବ ପ୍ରଭୁ ସଂଗଠନର କମାଣ୍ଡର ଦାୟିତ୍ୱ ନେବା ସହ ଅଡକୀ ଅଞ୍ଚଳରେ ସକ୍ରିୟ ଥିଲେ ।

ସମ୍ବନ୍ଧିତ ଖବର