PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସ୍ପା ଖୋଜି ଖୋଜି ସାହିତ୍ୟିକଙ୍କ ଘରେ ପଶିଲା ପୋଲିସ

source:www.thenewsminute.com

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କମିଶନରେଟ ପୁଲିସ ଅଭଦ୍ରାମୀର ସୀମା ଲଂଘନ କରି ଜଣେ ଜଣାଶୁଣା ସାହତ୍ୟିିକଙ୍କ ଘରେ ରାତି ଅଧରେ ଅଚାନକ ପଶିବା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ବିନା ତଥ୍ୟ ପ୍ରମାଣ ଓ ସର୍ଚ୍ଚ ୱାରେଣ୍ଟରେ ଏଭଳି କାଣ୍ଡରେ ସଂପୃକ୍ତ ପୁଲିସ ପୁଣି ନିଜର ଭୁଲ ସ୍ୱୀକାର କରି ସକାଳେ ତାଙ୍କୁ କ୍ଷମା ମାଗିଛି । ସେ ହେଉଛନ୍ତି ପ୍ରତିଷ୍ଠିତ ସାହତ୍ୟିିକ ତଥା “ନତିଦିନି’ଖବରକାଗଜର ସମ୍ପାଦକ ମନୋଜ ମହାପାତ୍ର । ପୁଲିସ ଅଭିଯୋଗ ହେଉଛି ତାଙ୍କ ଘରେ କେଉଁଠି ସ୍ପା’ ଚାଲୁଥିଲା । ଏଭଳି କପୋଳକଳ୍ପିତ କଥା କାହାଠାରୁ ଶୁଣି ପୁଲିସର ଏପରି ବାଚାଳତାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏହାକୁ ବିରୋଧ କରି ବହୁ ସାମ୍ବାଦିକ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଭେଟି କ୍ଷୋଭ ଜଣାଇଛନ୍ତି ।

ମିଳିଥିବା ସୂଚନା ମୂତାବକ, ମଙ୍ଗଳବାର ରାତି ପ୍ରାୟ ୧୧ଟା ହେବ । ପୁଲିସ ଇନଫୋସିଟି ଥାନା ଅଧୀନ ଶିଶୁବିହାରସ୍ଥିତ ବାସଭବନରେ ଶ୍ରୀ ମହାପାତ୍ର ଲାଇବ୍ରେରୀ ରୁମରେ ବସି ମେଡିସିନ ଖାଉଥିଲେ । ହଠାତ୍‌ ୭/୮ଜଣ ଖାକି ପିନ୍ଧା ପୁଲିସ ତାଙ୍କ ଘରେ ପଶିଥିଲେ । ଜଣେ ନିଜକୁ ଇନଫୋସିଟି ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି ବୋଲି ପରିଚୟ ଦେଇ ତାଙ୍କୁ ଚଢ଼ା ଗଳାରେ ଏଠି ସ୍ପା’ କେଉଠିଁ ଚାଲୁଛି ବୋଲି ପଚାରିଥିଲେ । ପୁଲିସ ବାବୁଙ୍କୁ ଶ୍ରୀ ମହାପାତ୍ର ଭଦ୍ରତାର ସହିତ ସେ ଭୁଲ ସୂଚନା ପାଇଥିବା କହିଥିଲେ । ହେଲେ ସେ ପୁଲିସିଆ ଠାଣିରେ ତାଙ୍କୁ ବ୍ୟବହାର କରିବା ସହ କେଉଁ ରୁମରେ ଝିଅମାନଙ୍କୁ ରଖିଛ ବୋଲି ପଚାରି ଘର ଭିତରକୁ ପଶି ଯାଇଥିଲେ । ଜୋର ଜବରଦସ୍ତ ପ୍ରତି କୋଠରି ଯାଞ୍ଚ କରିଥିଲେ । ଅଧଘଣ୍ଟାରୁ ଅଧିକ ସମୟ ଘର ଭିତରେ ପଶି ତନ୍ନତନ୍ନ କରି ଯାଞ୍ଚ କରିବା ସହ ପରିବାର ଲୋକଙ୍କୁ ହଇରାଣ ହରକତ କରିଥିଲେ । ଶ୍ରୀ ମହାପାତ୍ରଙ୍କୁ ଆଶାଳୀନ ବ୍ୟବହାର କରିବା ସହ ଧମକଚମକ ଦେଇଥିଲେ । ବେଶ କିଛି ସମୟ ଘର ଭିତରେ ଖାନତଲାସ ପରେ ପୁଲିସ ଖାଲି ହାତରେ ଫେରିଥିଲା ।

ରାତି ଅଧରେ ଘରେ ପୁଲିସ ପଶି ଖାନତଲାସ କରିବା ଯୋଗୁ ଶ୍ରୀ ମହାପାତ୍ରଙ୍କ ସମ୍ମାନହାନୀ ଘଟିବା ସହ ଭଦ୍ରସମାଜରେ ସେ ଅପଦସ୍ତ ହୋଇଥିଲେ । ତେବେ ବିନା ସର୍ଚ୍ଚ ୱାରେଣ୍ଟରେ ପୁଲିସ କାହା ନିର୍ଦ୍ଦେଶରେ ଏକ ଉଦ୍ଭଟ ଅଭିଯୋଗକୁ ଆଧାର କରି ଜଣେ ଭଦ୍ରଲୋକଙ୍କ ଘର ଖାନତଲାସ କଲା? କମିଶନରେଟ ପୁଲିସ ପ୍ରକୃତ ଅପରାଧୀଙ୍କୁ ଛାଡି ସମ୍ମାନସ୍ପଦ ଲୋକଙ୍କୁ କେଉଁ ନୟିମ ବଳରେ ଅପଦସ୍ତ କଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜୋନ୍‌ ଏସିପି ତରୁଣ ଦାସ କହିଛନ୍ତି, ଏହି ଅଞ୍ଚଳରେ ବାଇକ୍‌ ଚୋରି ହେଉଛି । ସେହି ଆଧାରରେ ପୁଲିସ୍ କିଛିି ଖବର ପାଇଥିଲା । ସେଥିପାଇଁ ଚଢ଼ଉ କରିଥିଲା । ତେବେ ଆଇଆଇସି ସ୍ପା’ ଚାଲିଛି ବୋଲି କହି ଚଢ଼ଉ କରିଥିଲେ । ଏସିପି କହୁଛନ୍ତି ବାଇକ୍‌ ଚୋରି । ଏଥିରେ କିଏ ସତ କହୁଛି ଜଣାପଡ଼ୁନି ।

ସେପଟେ ବୁଧବାର ଦିନ ଶ୍ରୀ ମହାପାତ୍ରଙ୍କ ଘରକୁ ଯାଇ ଇନ୍‌ଫୋସିଟି ଥାନା ଆଇଆଇସି ଓ ଏସିପି କ୍ଷମା ମାଗିଛନ୍ତି । ପୁଲିସ୍‌ କମିଶନର ଡ. ସତ୍ୟଜିତ ମହାନ୍ତି ମଧ୍ୟ ଫୋନ୍‌ କରି ଶ୍ରୀ ମହାପାତ୍ରଙ୍କ ସହ କଥା ହୋଇ ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ସେପଟେ ବରିଷ୍ଠ ସାମ୍ବାଦିକ ଅଶୋକ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ କମିଶନର ଶ୍ରୀ ମହାନ୍ତିଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରଥିେିଲ । ଶ୍ରୀ ମହାନ୍ତି ଏହାର ତଦନ୍ତ ଦାୟତି୍ୱ ଜଣେ ଅତରିକ୍ତି ଡିସିପିଙ୍କୁ ଦେଇଛନ୍ତି । ସେ ରିପୋର୍ଟ ଦେଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ । ଏହାକୁ ବିରୋଧ କରି କଳିଙ୍ଗ ସାମ୍ବାଦକି ସଂଘ ଇନ୍‌ଫୋସିଟି ଥାନା ସମ୍ମୁଖରେ ଧାରଣା ଦେଇଥିଲା । ଉଲ୍ଲେଖଥାଉ କ,ି କଛିଦିନି ତଳେ କମଶିନରେଟ ପୁଲସି ଭୁଲ ସୂଚନା ଆଧାରରେ ଜଣେ ନିର୍ଦ୍ଦୋଷଙ୍କୁ ଗିରଫ କରିଥିଲା । ପ୍ରକୃତ ୱାରେଣ୍ଟିକୁ ନଧରି ଅନ୍ୟ ଜଣଙ୍କୁ ଗିରଫ କରିଥିଲା ।