ସଚେତନ ନାଗରିକଙ୍କୁ ସମ୍ବର୍ଦ୍ଧିତ କଲା ପୁଲିସ

ଭୁବନେଶ୍ୱର,୧୧ ।୨(ବ୍ୟୁରୋ): ଆଇନ୍ଶୃଙ୍ଖଳା କ୍ଷେତ୍ରରେ ପୁଲିସକୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ସାବାସୀ ଦିଆଯିବା ସହ ସମ୍ବର୍ଦ୍ଧିତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ପୁଲିସ ପକ୍ଷରୁ ଥାନା ପରିସରରେ ଆଜି ଏନେଇ ଏକ ଉତ୍ସବ ଆୟୋଜିତ ହୋଇଥିଲା । ଜୋନ୍ ଏସିପି ରବିନ୍ଦ୍ର କୁମାର ଶତପଥୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ୧୮ ଜଣ ନାଗରିକଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ରବିନ୍ଦ୍ର ମହାନ୍ତି, ମନମୋହନ ପଟ୍ଟନାୟକ, ଦିଲ୍ଲୀପ ସାହୁ, ସନ୍ତୋଷ ମହାନ୍ତି, ବିଜୟଲକ୍ଷ୍ମୀ ମହାରଣା, ସୁନାରାମ ମାରାଣ୍ଡୀ, ମନୋଜ ସାହୁ, ସ୍ମୃତିରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳି ପାଣି, ସୁନିଲ ମିତ୍ର, ଇନ୍ଦ୍ରଜିତ ଶ୍ରୀଚନ୍ଦନ, ଦେବିପ୍ରସାଦ ଦାସ, ବୁଲୁ, ଖଡାଲା, ସତ୍ୟରଞ୍ଜନ ପରମାଣିକ, ବାପୁନି, ସୌଭାଗ୍ୟ ପରିଡା ଓ ଦିବାକର । ସମ୍ବର୍ଦ୍ଧିତ ନାଗରିକମାନେ ପରୋକ୍ଷ ଓ ପ୍ରତ୍ୟକ୍ଷରେ ପୁଲିସକୁ ସହୟତା କରିଛନ୍ତି । ସଡ଼କ ଦୁର୍ଘଟଣା ଠାରୁ ଆରମ୍ଭ କରି ଛିନତାଇ ଓ ହତ୍ୟା ଘଟଣାରେ ଏହି ବ୍ୟକ୍ତିମାନେ ପୁଲିସକୁ ଖବର ଦେଇଛନ୍ତି । ଥାନା ଅଧିକାରୀ ଦୀପକ ମିଶ୍ର କହିଛନ୍ତି ସହାୟତା କରୁଥିବା ବ୍ୟକ୍ତିମାନଙ୍କ ନିକଟରେ ଆମେ କୃତଜ୍ଞ । ଏଭଳି ବ୍ୟକ୍ତିଙ୍କୁ ମାନସିକସ୍ତରରେ ଉତ୍ସାହିତ କରିବାର ଏହା ଏକ ପ୍ରୟାସ । ଏହାଦ୍ୱାରା ଆଗକୁ ପୁଲିସ-ଜନତାଙ୍କ ମଧ୍ୟରେ ବନ୍ଧୁତାର ବାତାବରଣ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।