PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗରିଫ କଲା ପୁଲିସ

ବାରିପଦା ୨୭/୨୨: ପ୍ରଥମେ ଜଣେ ଯୁବତୀଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ। ପରେ ପ୍ରେମ ନିବେଦନ ଆଉ ତାପରେ ବ୍ଲାକମେଲ। ଏଭଳି ସଙ୍ଗୀନ ଅପରାଧରେ  ଜଣେ ଯୁବକକୁ ଗିରଫ କରି ବାରିପଦା ଟାଉନ୍ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ରାୟଗଡ଼ା ଜିଲ୍ଲାର  ଟିକିରିର ଦୀପକ ନାୟକ।

ଦୀପକ ବିରୋଧରେ ପୁଲିସ ୫୦୦/୫୦୬/ ୫୦୯/୩୮୪ ଆଇ ପିସି ୬୭ ଆଇ ଟି ଆକ୍ଟ ଅନୁଯାୟୀ କେସ ନମ୍ବର ୯୯୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ବାରିପଦା ଟାଉନ୍ ଥାନା ଆଇ ଆଇ ସି ବିରେନ୍ଦ୍ର ସେନାପତିଙ୍କ ଠାରୁ ମିଳିଥିବା ଅନୁସାରେ ଦୀପକ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ବେଳେ ଫେସବୁକ୍ ଜରିଆରେ ଜଣେ ସ୍ଥାନୀୟ ଯୁବତୀଙ୍କୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ  ପଠାଇଥିଲେ। ଯୁବତୀ ଜଣକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ବଢିଥିଲା।

ମୋବାଇଲରେ  ଦୁହେଁ ପରସ୍ପରଙ୍କ ସହିତ କଥବାର୍ତ୍ତା ଚାଟିଂ ପରେ ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା। ଯୁବକ ଜଣକ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଯୁବକର ବ୍ଲାକ ମେଲ। ସେ ଯୁବତୀଙ୍କୁ କହିଥିଲା ୫ ଲକ୍ଷ ଟଙ୍କା ନ ଦେଲେ ଭିଡିଓ ଓ ଫଟୋ ଭାଇରାଲ କରିଦେବି। ଯୁବକର ବ୍ଲାକମେଲର ଅତିଷ୍ଠ ହୋଇ ଯୁବତୀ ଜଣକ  ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାୟଗଡ଼ାକୁ ଏକ ପୁଲିସ ଟିମ୍ ପଠାଇ ସେଠାରୁ ଦୀପକକୁ ଗିରଫ କରି ବାରିପଦା ଆଣିବା ପରେ ଏଠାରେ କୋର୍ଟ ଚାଲାଣ କରିଥିଲେ।

ତେବେ କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ ଯୁବକ ଜଣକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି।  ଗିରଫ କରିବାକୁ ଯାଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଏସଆଇ ଅଜିତ ସାହୁ , ଏସଆଇ ସୁକାନ୍ତ ମହାନ୍ତ ଏବଂ ସିଭିଲ ସ୍ୱାର୍ଡର ଟିମ୍ ସାମିଲ ଥିଲେ।

ସମ୍ବନ୍ଧିତ ଖବର