ମାଲକାନଗିରି,୩୦/୦୧: କାଭରଗଟ୍ଟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର। ଟଳିଲେ ଦୁଇ ମାଓବାଦୀ ।ନିହତ ମାଓବାଦୀ ହେଲେ ଟପ୍ ମାଓବାଦୀ ପ୍ରଦୀପ ଏବଂ ଭୀମା । ଏଥିସହ ସେମାନଙ୍କ ଠାରୁ AK-47,ପିସ୍ତଲ, ଗୁଳି, ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ପଢନ୍ତୁ-ଖଣ୍ଡଗିରି ମେଳାରେ ବିଏମ୍ସି ନୋଟିସ୍କୁ ବେଖାତିର: ବାଇକ୍କୁ ୫୦, କାରକୁ ୧୫୦ ଟଙ୍କା ମାଗୁଛନ୍ତି ଲିଜ୍ଧାରୀ, ସବୁ ଜାଣି ଅଧିକାରୀ ଚୁପ୍...

ସୂଚନା ଅନୁଯାୟୀ,କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ ମାଓବାଦୀ ନିହତ ହୋଇଛନ୍ତି। ଉଭୟେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ । ତେବେ କମ୍ବିଂ ବେଳେ ପେୁଲିସ ଅନେକ ଗୁଳିଗୋଳା ଜବତ କରିଛି । ଘଟଣାସ୍ଥଳରୁ ଏକେ-୪୭, ପିସ୍ତଲ, ଗୁଳି ଏବଂ ବିସ୍ଫୋରକ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।