PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବଲାଙ୍ଗିରରେ ନକଲି ସାର୍ଟିଫିକେଟ ଚେର, ରିଲାଏନ୍ସ ଏଜୁକେଶନ କମ୍ପେଲକ୍ସରେ ପୁଲିସର ଚଢ଼ାଉ

ବଲାଙ୍ଗିର,୨୫।୩: ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ନକଲି ସାର୍ଟିଫିକେଟ ଓ ଚାକିରିଆଙ୍କ ଗୁମର ଖୋଲିବାରେ ଲାଗିଛି । ଗତ ୨ ଦିନ ତଳେ ବଲାଙ୍ଗିର ଡାକମଣ୍ଡଳରେ ନକଲି ଚାକିରିଆଙ୍କ ସହ ଉତ୍ତରପ୍ରଦେଶ ବୋର୍ଡର ସାର୍ଟିଫିକେଟ ମିଳିବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ଗତକାଲି ପୁଲିସ ୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଉଠାଇବା ପରେ ଆଜି ସ୍ଥାନୀୟ ମିଶନ ଫିଲଡ ସାମ୍ନାରେ ଥିବା ରିଲାଏନ୍ସ ଏଜୁକେଶନ କମ୍ପେଲକ୍ସରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୁଲିସ ଏକାଧିକ ନକଲି ସାର୍ଟିଫିକେଟ ଓ ଷ୍ଟାମ୍ପ ଜବତ କରିଛି । ତେବେ ସଂସ୍ଥାର ମୁଖ୍ୟଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଆଗକୁ ଘଟଣା କେଉଁ ଦିଗକୁ ଯିବ ତାହା ଏବେ ଦେଖିବାକୁ ବାକି ରହିଲା ।