PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କୁକୁଡ଼ା ଲଢେ଼ଇ ଚାଲିଥିବା ବେଳେ ଚଢାଉ, ଲକ୍ଷାଧିକ ଟଙ୍କା ସହ ବାଇକ୍ ଓ ମୋବାଇଲ ଜବତ, ୨୭ ଅଟକ

ରାଜଗାଙ୍ଗପୁର, ୨୫/୯(ଆପ୍ର) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସକୁ ବଡ଼ ସଫଳତା। କିଛି ଦିନ ହେବ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜଉରୁମାଲ ପଞ୍ଚାୟତର ଲୁହାଖାନ ଠାରେ ବେଆଇନ କୁକୁଡ଼ା ଲଢେ଼ଇ ଚାଲିଥିବା ନେଇ ଖବର ରହିଥିଲା। ଆଜି ରାଜଗାଙ୍ଗପୁର ଏସଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଥାନା ଅଧିକାରୀ ଵିଵତ୍ସ ପ୍ରଧାନ ଦଳବଳ ସହ କୁକୁଡ଼ା ଲଢେ଼ଇ ଚାଲିଥିବା ସ୍ଥାନରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପୋଲିସ ୨୭ ଜଣଙ୍କୁ ଅଟକ ରଖିଥିବାବେଳେ ତାଙ୍କ ଠାରୁ ନଗଦ ୧ଲକ୍ଷ ୧୮ ହଜାର ଟଙ୍କା , ୧୩ଟି ବାଇକ , ଗୋଟିଏ ମହିନ୍ଦ୍ରା ଗାଡି ସହ ୧୯ ଟି ମୋବାଇଲ ଜବତ କରିଛି । ଏହା ବ୍ୟତୀତ ଲଢେଇରେ ସାମିଲ ଅନେକ କୁକୁଡ଼ା ମଧ୍ୟ ଜବତ କରିଥିବା ସୂଚନା ରହିଛି ।

ସୂଚନା ମୁତାବିକ ଅନେକ ଦିନ ହେବ ଏହି କୁକୁଡ଼ା ଲଢେଇ ଚାଲିଥିବା ବେଳେ ଏଠାରେ ସ୍ଥାନୀୟ ଲୋକଙ୍କ ସହ ବିରମିତ୍ରପୁର ଓ ଝାରଖଣ୍ଡ ସିମ ଡେଗା ଅଞ୍ଚଳର ଲୋକ କୁକୁଡ଼ା ଲଢ଼େଇରେ ସାମିଲ ଥିବା ସୂଚନା ମିଳିଥିଲା ।