ଭୁବନେଶ୍ୱର, ୧୧/୦୩:  ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ମଇଁଷିପଲ  । ଖବରପାଇ ମାଡ଼ି ବସିଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିକୁ ପୋଲିସ ଉଦ୍ଧାର କରିଛି । ଏଥିସହ ପୋଲିସ  ୬ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। 

 ଏହା ମଧ୍ୟ ପଢନ୍ତୁ-  ଦୁଇ ବିଧାୟକଙ୍କୁ ହାଇକୋର୍ଟ ଝଟ୍‌କା, ଜଳେଶ୍ୱର ଓ ନର୍ଲା ବିଧାୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

ଦିନକୁ ଦିନ ଗାଈ ଗୋରୁ, ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ । ମୟୂରଭଞ୍ଜ ଜିଲ୍ଲା ମୋରଡା , ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗକୁ ହେଉଛି ମଈଷି ଓ ଗୋଚାଲାଣ ।  ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଇଁଷି ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକେ ମୋରଡ଼ା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଖବର ଦେଇଥିଲେ । ଖବରପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୮୫ଟି ମଇଁଷିକୁ ଉଦ୍ଧାର କରିଛି । ପରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ  ଏହି ଘଟଣାକୁ ନେଇ ସାମାଜିକ କର୍ମୀ ନିନ୍ଦା କରିଥିବା ବେଳେ ପୋଲିସକୁ ପ୍ରଶଂସା କରିଛନ୍ତି  ।