ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୋରଡ଼ାରୁ ୧୮୫ ମଇଁଷି ଉଦ୍ଧାର, ୬ ଅଟକ

Published By : Anindita Ratha | March 11, 2025 2:05 PM

ଭୁବନେଶ୍ୱର, ୧୧/୦୩:  ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ମଇଁଷିପଲ  । ଖବରପାଇ ମାଡ଼ି ବସିଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିକୁ ପୋଲିସ ଉଦ୍ଧାର କରିଛି । ଏଥିସହ ପୋଲିସ  ୬ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। 

 ଏହା ମଧ୍ୟ ପଢନ୍ତୁ-  ଦୁଇ ବିଧାୟକଙ୍କୁ ହାଇକୋର୍ଟ ଝଟ୍‌କା, ଜଳେଶ୍ୱର ଓ ନର୍ଲା ବିଧାୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

ଦିନକୁ ଦିନ ଗାଈ ଗୋରୁ, ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ । ମୟୂରଭଞ୍ଜ ଜିଲ୍ଲା ମୋରଡା , ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗକୁ ହେଉଛି ମଈଷି ଓ ଗୋଚାଲାଣ ।  ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଇଁଷି ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକେ ମୋରଡ଼ା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଖବର ଦେଇଥିଲେ । ଖବରପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୮୫ଟି ମଇଁଷିକୁ ଉଦ୍ଧାର କରିଛି । ପରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ  ଏହି ଘଟଣାକୁ ନେଇ ସାମାଜିକ କର୍ମୀ ନିନ୍ଦା କରିଥିବା ବେଳେ ପୋଲିସକୁ ପ୍ରଶଂସା କରିଛନ୍ତି  । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.