ଭୁବନେଶ୍ୱର ୦୭/୦୯: ଦୁଇ ଦୁଇ ଥର ପୁଲିସ୍‌ ସବ୍‌  ଇନ୍ସପେକ୍ଟର(ଏସ୍‌ଆଇ) ପରୀକ୍ଷା ବାତିଲ ପରେ ତୃତୀୟ ଥର ତାରିଖ  ଧର୍ଯ୍ୟ ହୋଇଛି । ଆସନ୍ତା ଅକ୍ଟୋବର ୫ ଓ ୬ରେ ଏସ୍‌ଆଇ ପରୀକ୍ଷା ହେବ  ବୋଲି ଓଡ଼ିଶା ପୁଲିସ୍‌ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।  ପରୀକ୍ଷାର୍ଥୀମାନେ ସେପ୍ଟେମ୍ୱର ୨୦ ତାରିଖରୁ odishapolice.gov.in  ରେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ।  

ପ୍ରଥମେ ସେପ୍ଟେମ୍ୱର ୨୧ ଓ ୨୨ ଦୁଇଦିନ ଧରି ଏସ୍‌ଆଇ  ପରୀକ୍ଷା ହେବ ବାଲି ସ୍ଥିର ହୋଇଥିଲା । ଉକ୍ତ ତାରିଖରେ ଅନ୍ୟ ପରୀକ୍ଷା  ଥିବାରୁ ଏହାକୁ ବୋର୍ଡ ପକ୍ଷରୁ ଘୁଞ୍ଚାଇ  ଦିଆଯାଇଥିଲା । ସେପ୍ଟେମ୍ୱର ୨୧ ଓ ୨୨  ବଦଳରେ ଅକ୍ଟୋବର ୪ ଓ ୫ ତାରିଖକୁ ଧାର୍ଯ୍ୟ ହୋଇଥିଲା । କିଛି ପ୍ରମୁଖ  ସହରରେ ୩ ଓ ୪ ତାରିଖରେ ଦୁର୍ଗାପୂଜା ଭସାଣି ରହିଛି । ସେଥିପାଇଁ  ଏସ୍‌ଆଇ ପରୀକ୍ଷା ଅକ୍ଟୋବର ୪ ଓ ୫ ବଦଳରେ ୫ ଓ ୬ ତାରିଖକୁ  ଧାର୍ଯ୍ୟ ହୋଇଛି । ତା’ଛଡା ଅକ୍ଟୋବର ୪ ତାରିଖ ଦିନ ଆଇବିପିଏସ୍‌  କ୍ଲରିକାଲ୍‌ ପରୀକ୍ଷା ରହିଛି । ଯେଉଁମାନେ ଏସ୍‌ଆଇ ଓ ଆଇବିପିଏସ୍‌  କ୍ଲରିକାଲ୍‌ ପରୀକ୍ଷା ଦେବାକୁ ଚାହିଁଥିବେ ସେମାନଙ୍କ ପାଇଁ ସମସ୍ୟା ରହିବ ।  ଏହାକୁ ନଜର ରଖି ତାରିଖ ଘୁଞ୍ଚାଯାଇଥିବା ଜଣାପଡ଼ିଛି ।

ସେପଟେ  ଆସନ୍ତା ଅକ୍ଟୋବର ୬ ତାରିଖରେ ଗଜଲକ୍ଷ୍ମୀ ପୂଜା ରହିଛି । ଆଉ  ୬ରେ ଏସ୍‌ଆଇ ପରୀକ୍ଷା ରହୁଛି । ତାରିଖ ବଦଳ ପାଇଁ ଦାବି ହେଉଛି ।  ଏସ୍‌ଆଇ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ସେଣ୍ଟର ହୋଇଛି । ପରୀକ୍ଷାର୍ଥୀମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ପୁଲିସ୍‌ ରିକ୍ରୁଟମେଣ୍ଟ ବୋର୍ଡ ସବୁ ବ୍ୟବସ୍ଥା କରିଛି ।