ଭୁବନେଶ୍ୱର,୨୫/୧୨: ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଅମିତ ଭାରତୀଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ତଦନ୍ତକାରୀ ସିବିଆଇ ସ୍ପେଶାଲ୍ କୋର୍ଟରେ ୫ ଦିନ ରିମାଣ୍ଡ ଆବେଦନ କରିଥିଲେ । କୋର୍ଟ ୩ ଦିନ ମଞ୍ଜୁର କରିଥିଲେ । ଅମିତକୁ ସିବିଆଇ ଗତ ୨୦ ତାରିଖରେ ବିହାରରୁ ଗିରଫ କରିଥିଲା । ଅମିତ ହେଉଛି ଏହି ପରୀକ୍ଷା ଜାଲିଆତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ । ରିମାଣ୍ଡ ସମୟରେ ଶଙ୍କର ସହ ଥିବା ଆର୍ଥିକ କାରବାର ଖୋଳତାଡ଼ କରିବ ସିବିଆଇ । ଅମିତ ମାଧ୍ୟମରେ ଅନେକ ପରୀକ୍ଷାର୍ଥୀ କୋଟି କୋଟି ଟଙ୍କା ଦେଇଥିଲେ ।