PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୧୮ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ, ଦୁଇ ଜ୍ବାଇଁ ସହ ମିଶି ପୁଅକୁ ଏହି କାରଣ ପାଇଁ ମାରିଥିଲା ମା’

ହାଇଦ୍ରାବାଦ, ୯।୪; ଦୀର୍ଘ ୧୮ ବର୍ଷ ତଳେ ଜଣେ ମା’ ନିଜର ପୁଅକୁ ହତ୍ୟା କରିଥିଲେ। କିନ୍ତୁ ଆଇନର ନଜରରୁ ବର୍ତ୍ତି ଯାଇଥିଲେ। କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନା। ଦୀର୍ଘ ବର୍ଷ ପରେ ଏହି ହତ୍ୟା ମାମଲାର ପର୍ଦଫାଶ ହୋଇଛି।  ପୋଲିସ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ଦୁଇ ଭିଣୋଇ ଏବଂ ଜଣେ ସମ୍ପର୍କୀୟ ରହିଛନ୍ତି। ସେହିପରି ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିବା ଜନ୍ମିତ ମା’କୁ ପୋଲିସ ଗିରଫ କରିପାରି ନାହିଁ ସେ ଏବେ ଫେରାର ଅଛନ୍ତି। ଏହି ଘଟଣାଟି ହାଇଦ୍ରାବାଦର ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ସୟୈଦ ହଶମ, ମହମ୍ମଦ ରଶିଦ ଓ ବଶିର ଅହମ୍ମଦ।

ହାଇଦ୍ରାବାଦ ପୁଲିସ୍‌ କମିଶନର ଅଞ୍ଜନି କୁମାର କହିଛନ୍ତି, ‘ପୁଲିସ୍‌ର ବିଭିନ୍ନ ଟିମ୍‌ ଦୀର୍ଘ ୧୮ ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟର ପର୍ଦାଫାଶ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାସୁଦା ବି ନାମକ ଜଣେ ମହିଳା ତାଙ୍କର ସ୍ବାମୀଙ୍କ ମୃତ୍ୟୁ ପରେ ୩ ପୁଅ ଏବଂ ୫ ଝିଅଙ୍କ ସହ ହାଇଦ୍ରାବାଦରେ ରହୁଥିଲେ। ସବୁ ପିଲାଙ୍କର ବାହାର ହୋଇଯାଇଥିଲା। କିନ୍ତୁ ଦ୍ବିତୀୟ ପୁଅ ମହମ୍ମଦର ହୋଇନଥିଲା। ସେ ଖରାପ ଅଭ୍ୟାସରେ ପଡି ନିଶା ଓ ଜୁଆରେ ମାତି ଥିବାରୁ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଖାଜା କିଛି କାମ କରୁନଥିବାରୁ ପରିବାର ଲୋକଙ୍କୁ ଡରାଇ ଧମକାଇ ଟଙ୍କା ନେଉଥିଲା। ଯେତେବେଳେ ସେ ନିଶା ପାଇଁ ତା’ର ମା ଉପରେ ହାତ ଉଠାଇବା ଆରମ୍ଭ କରିଥିଲା ଓ ଘରର ଦାମୀ ଜିନିଷ ବିକ୍ରି କରିଥିଲା ପରିବାର ଲୋକ ରାଗି ଯାଇଥିଲେ।

ମାସୁଦା ବି ତାଙ୍କର ଦୁଇ ଜ୍ବାଇଁ ରଶିଦ ଓ ବଶିରଙ୍କ ସହ ମିଶି ପୁଅକୁ ହତ୍ୟା କରିବାର ଷଡଯନ୍ତ୍ର କରିଥିଲେ। ଏଥିରେ ପରିବାରର ଆଉ ଜଣେ ସମ୍ପର୍କିୀୟ ଓ ଅଟୋ ଡ୍ରାଇଭର ହଶମ ମଧ୍ୟ ସହଯୋଗ କରିଥିଲେ। ପୋଲିସର ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ନିଜର ଦୋଷ ମାନିନେଇଛନ୍ତି।  ୪ ଜୁନ୍ ୨୦୦୧ରେ ସମସ୍ତେ ମିଶିକି ଖାଜାକୁ ତାଡି ପିଆଇବା ପରେ ମାସୁଦାଙ୍କୁ ଛାଡିକି ଅନ୍ୟ ୩ ଜଣ ରଶିଦ, ବଶିର ଓ ହଶମ ଏକ ପଥରରେ ଖାଜାଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ।