ପୁରୀ, ୨୬/୦୫: ନିୟମ ତିଆରୁଥିବା ଓ ଏହାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତି ନିୟୟ ଭାଙ୍ଗିଲେ ସେମାନଙ୍କୁ କିଏ ରୋକିବ? । ବଡ଼ଦାଣ୍ଡରେ ସୋମବାର ଅପରାହ୍ଣରେ ଜଣେ ପୁଲିସ ବାବୁ ବର୍ଦ୍ଦିରେ ଥାଇ ବେଧଡ଼କ ମୋବାଇଲ୍‌ରେ କଥା ହୋଇ ସ୍କୁଟରରେ ଯାଉଥିବା ସମୟରେ ବଡ଼ଦାଣ୍ଡ ପାଶ୍ୱର୍ ଚା’ ଦୋକାନ ସମ୍ମୁଖରେ ସମୟ ବିତାଉଥିବା ଦେଖଣାହାରୀଙ୍କ ଏଭଳି ପ୍ରତିକ୍ରିୟା । ଶେଷରେ ‘ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ’ କହି ସମାଲୋଚନାକାରୀ ପ୍ରସଙ୍ଗ ବଦଳାଇଥିଲେ ।

ସମୟ ଅପରାହ୍ନ ପ୍ରାୟ ୬ଟା । ଶ୍ରୀମନ୍ଦିର ଆଡ଼ୁ ଜଣେ ପୁଲିସ ବାବୁ ଡାକ୍ତରଖାନା ଆଡ଼କୁ ସ୍କୁଟରରେ ଯାଉଥିଲେ । ମାଉସୀମା’ଙ୍କ ମନ୍ଦିର ପାର୍ ହୋଇ ଆଗକୁ ଅଦୃଶ୍ୟ ହେଲା ପର୍ଯ୍ୟନ୍ତ ସେହିଭଳି ବାମ କାନରେ ମୋବାଇଲ୍ ଲାଗିଥାଏ । ଡାହାଣ ହାତ ଗାଡ଼ିର ହ୍ୟାଣ୍ଡେଲ ଉପରେ ଥାଏ । ଲୋକେ ଏହି ବେପରୁଆ ଗାଡ଼ି ଚାଳନାର ଭିଡିଓ କରୁଥିଲେ ସୁଦ୍ଧା ଏଥିପ୍ରତି ତାଙ୍କର ଭ୍ରୁକ୍ଷେପ ନଥିଲା ।

ମୋଟର ଭେହିକିଲ୍ ଆକ୍ଟ ଅନୁସାରେ ଗାଡ଼ି ଚାଳନା ସମୟରେ ମୋବାଇଲ୍‌ରେ କଥା ହେଉଥିଲେ ଜରିମାନା ଗଣିବେ । ପ୍ରଥମ ଥର ଭୁଲ ପାଇଁ ହଜାରେରୁ ୫ ହଜାର ଟଙ୍କା ଓ ୨ୟ ଥର ଭୁଲ ପାଇଁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଓ ଲାଇସେନ୍ସ ବାତିଲ୍ ନିୟମ ରହିଛି । ଅଭିଯୁକ୍ତ ପୁଲିସଙ୍କୁ ସିସିଟିଭିରେ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ :- Police Encounter: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି