PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପୋଲିସ କର୍ମଚାରୀଙ୍କ ପତ୍ନୀ କରୁଥିଲେ ଦେହ ବେପାର,ନାବାଳିକାଙ୍କୁ ଫଶାଇ କରୁଥିଲେ ଏମିତି

ଉଦ୍ଧମସିଂହନଗର,୧୫।୭: ଉତ୍ତରାଖଣ୍ଡର ଉଦ୍ଧମସିଂହନଗର ଜିଲ୍ଲାର ଥାନା ଟ୍ରାନଜିଟ୍ କ୍ୟାମ୍ପ ପୋଲିସ ନାବାଳିକାଙ୍କ ଦ୍ବାରା ଦେହ ବେପାର କରାଉଥିବା ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କ ଘରୁ ଦୁଇଜଣ ନାବାଳିକା ମଧ୍ୟ ମିଳିଛନ୍ତି। ମହିଳାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଇ ଦିଯାଇଛି। ଅଭିଯୁକ୍ତ ମହିଳା ଜଣେ ପୋଲିସ କର୍ମଚାରୀଙ୍କ ପତ୍ନୀ ବୋଲି କୁହାଯାଉଛି। ଏହି ସେକ୍ସ ରାକେଟକୁ ପରିଚାଳିତ କରୁଥିବା ଅନ୍ୟ ସଦସ୍ୟମାନେ ଏବେ ବି ଫେରାର ଅଛନ୍ତି। ପୋଲିସ ଦୁଇ ନାବାଳିକାଙ୍କୁ ଓ୍ବାନ ଷ୍ଟାପ ସେଣ୍ଟର ପଠାଇ ଦେଇଛି।

ପୋଲିସର ସୂଚନା ଅନୁସାରେ, ଜଣେ ନାବାଳିକା ଗତ ୪ ଦିନ ତଳେ ନିଖୋଜ ହୋଇଯାଇଥିଲା। ଖୁବ୍ ଖୋଜାଖୋଜି ପରେ ପରିବାର ଲୋକ ସନ୍ଦେହ କରି ଫୁଲସୁଙ୍ଗର ଗଣେଶ ଗାର୍ଡେନ ତିନପାଣି ନିବାସୀ ପିଙ୍କି ଓ ଦୀପାଙ୍କ ଉପରେ ସନ୍ଦେହ କରିଥିଲେ। ଏହାପରେ ପୋଲିସ ସେହି ଦୁଇ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ଘର ଭିତରୁ ନିଖୋଜ ନାବାଳିକା ଜଣକ ଉଦ୍ଧାର ହୋଇଥିଲେ।

କେବଳ ସେତିକି ନୁହେଁ, ଅନ୍ୟ ନାବାଳିକା ଯେଉଁମାନଙ୍କୁ ଦେହ ବେପାରରେ ଲଗାଯାଇଥିଲା ତାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଛି। ପୋଲିସର ପଚରାଉଚରା ବେଳେ ନାବାଳିକାମାନେ କହିଥିଲେ ଯେ, ଦୁଇ ମହିଳା ସେକ୍ସ ରାକେଟ ଚଳାଇବାର କାମ କରୁଛନ୍ତି ଓ ସେମାନଙ୍କ ଦ୍ବାରା ମଧ୍ୟ ଖରାପ କାମ କରାଉଥିଲେ। କୁହାଯାଉଛି ଯେ,ପିଙ୍କିର ସ୍ବାମୀ ରାଜେଶ ଉତ୍ତରାଖଣ୍ଡ ପୋଲିସରେ ବାଗେଶ୍ବରରେ ସିପାହୀ ପଦରେ କାର୍ଯ୍ୟରତ। ତେବେ ଦୀର୍ଘ ଦିନ ଧରି ସେ ଅନୁପସ୍ଥିତି ଅଛନ୍ତି। ଦୁଇ ମହିଳାଙ୍କ ବିରୋଧରେ ପୋଲିସ ୩୬୩,୫୦୬, ୧୬ ଓ ୧୭ ଧାରା ଅନୁସାରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର