ପୋଖରୀରେ ବୁଡ଼ି ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି, ୦୯/୦୩ : ପୋଖରୀରେ ବୁଡ଼ି ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ। ମୃତ ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ବଡ଼ଓସ୍ତିଆ ପଞ୍ଚାୟତ କିମିରପଡା ଗ୍ରାମର ବାନାମ୍ବର ଦାସ।
ବୃଦ୍ଧ ଜଣକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ ପୋଖରୀରେ ପଡିଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ମଧ୍ୟରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ମେଡିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।