PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ରାସ୍ତା ମଝିରେ ଭଙ୍ଗା ଡ୍ରେନ୍: ନାଲି କପଡ଼ା ଗୁଡ଼ାଇ କର୍ତ୍ତବ୍ୟ ସାରିଦେଇଛି ପ୍ରଶାସନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ହେ…ହେ…ଦେଖିକି । ଆଗକୁ ଖାଲ । ଧୀରେ ଧୀରେ ଚଲାନ୍ତୁ । ସଚେତନ ନାଗରିକମାନେ ଏମିତି କହି ରାସ୍ତାରେ ଯାଉଥିବା ଲୋକଙ୍କୁ ଚେତାଉଥିଲେ । କେହି କେହି ବଡ଼ ପାଟିରେ ଚି+ାର କରି କହୁଥିଲେ ଆଗରେ ଭଙ୍ଗା ଡ୍ରେନ୍ । ଲକ୍ଷ୍ୟ କରି ଯାଆନ୍ତୁ । ଗୁରୁବାର ମଧ୍ୟାହ୍ନରେ ଏମିତି ଚିତ୍ର ଦେଖିବାକୁ ମିଳିଥିଲା ମହର୍ଷି କଲେଜ ପଛ ପାଖ ରାସ୍ତାରେ ।
୩୪ ନମ୍ବର ୱାର୍ଡସ୍ଥିତ ମହର୍ଷି କଲେଜ ପଛ ରାସ୍ତା ଶୋଚନୀୟ ହୋଇପଡ଼ିଛି । ୩୦ ଫୁଟିଆ ରାସ୍ତା ମଝିରେ ଡ୍ରେନ୍ ଭାଙ୍ଗି ପଡ଼ିଛି । ପ୍ରାୟ ୩ ଫୁଟ୍ ଖାଲ ହୋଇଛି । ଲୁହା ଛଡ଼ ଉପରକୁ ଟେକି ହୋଇ ରହିଛି । ଟିକେ ଅସାବଧାନ ହେଲେ ଖଣ୍ଡିଆ ଖାବରା ହେବା ଥୟ । ଦୀର୍ଘ ଦିନ ଧରି ରାସ୍ତା ମଝିରେ ଡ୍ରେନ୍ ଭାଙ୍ଗି ପଡ଼ିଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । କେବଳ ନାଲି କପଡ଼ା ଖଣ୍ଡେ ଗୁଡ଼ାଇ ସମସ୍ତେ କର୍ତ୍ତବ୍ୟ ସାରି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି ।
ସତ୍ୟନଗରର ଶାନ୍ତିପଲ୍ଲୀ ବସ୍ତିରୁ ସତ୍ୟକାଳୀ ବସ୍ତିକୁ ଯୋଡ଼ୁଥିବା ଏହି ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରୁଛନ୍ତି । ଦୈନିକ ଚଳପ୍ରଚଳ ହେଉଥିବା ଲୋକଙ୍କ ଏହା ଅଭ୍ୟାସରେ ପଡ଼ିଗଲାଣି । ହେଲେ ଅଜଣା ଲୋକମାନେ ଏହି ରାସ୍ତାରେ ଗଲାବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ଲୋକ ଡ୍ରେନ୍ରେ ପଡ଼ି ଖଣ୍ଡିଆ ଖାବରା ହୋଇଥିବାର ନଜିର ରହିଛି । ବିଶେଷକରି ରାତିରେ ଯାତାୟାତ କରୁଥିବା ଲୋକମାନେ ଅଧିକ ଦୁର୍ଘଟଣାର ଶିକାର ହେଉଥିବା ଜଣାପଡ଼ିଛି ।
ଏନେଇ ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାସଙ୍କୁ ପଚାରିବାରୁ ସେ କହିଲେ, ଡ୍ରେନ୍ର ମରାମତି ପାଇଁ ଟେଣ୍ଡର ସରିଛି । ଏକ ଠିକା ସଂସ୍ଥା ଏହାର ଦାୟିତ୍ୱ ନେଇଛି । ଖୁବ୍ଶୀଘ୍ର ରାସ୍ତା ମରାମତି ହେବ ।