PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଗରିବୀ ହଟାଇବ ‘କାଳିଆ’

ବ୍ରହ୍ମପୁର, ୨୭ ।୧(ବ୍ୟୁରୋ): ମହାପ୍ରଭୁଙ୍କ ଆଶୀର୍ବାଦ ଆଉ ଓଡ଼ିଆ ଚାଷୀଙ୍କ କଠିନ ପରିଶ୍ରମ ବଳରେ ଆଜି ଖାଦ୍ୟଶସ୍ୟ ଉôପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇପାରିଛି । ଆମେ ଅନ୍ୟ ରାଜ୍ୟକୁ ଖାଦ୍ୟ ପଠାଉଛୁ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟସ୍ତରରେ ଓଡ଼ିଶାର ଅଧିକ ଯୋଗଦାନ ରହୁଛି । ଓଡ଼ିଆ ଚାଷୀଙ୍କ ଯୋଗୁଁ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଲାଣି । ଏ ଦିଗରେ ‘କାଳିଆ’ ସାରା ଦେଶରେ ଏକ ଭଲ ଯୋଜନା । ଚାଷୀ ଓ କୃଷି କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ଗରିବୀ ଦୂର କରିବାରେ ଏହା ଏକ ଅମୋଘ ଅସ୍ତ୍ର । ରାଜ୍ୟର ୯୨ ପ୍ରତିଶତ ଚାଷୀ କାଳିଆ ଯୋଜନା ଦ୍ୱାରା ଉପକାର ପାଇବେ । ରବିବାର ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବିମାନ ପଡ଼ିଆଠାରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାପରେ ମଞ୍ଚ ଉପରେ ୨ ମହିଳା ଚାଷୀ ସମେତ ୧୧ କୃଷକଙ୍କ ସହ ବସିଥିଲେ ମୁଖ୍ୟମନ୍ତ୍ରୀ । ସଭା ମଞ୍ଚ ତଳେ ଅନ୍ୟତ୍ର ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସନିକ ଅଧିକାରୀ ବସିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୯୯ ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ସବୁଠି ହତାଶା ଦେଖିବାକୁ ମିଳିଥିଲା ଏବଂ ଚାଷବାସ ସବୁ ନଷ୍ଟ ହୋଇ ଯାଇଥିଲା । ସେତେବେଳେ କେନ୍ଦ୍ରକୁ ଚାଉଳ ମାଗୁଥିଲା ଓଡ଼ିଶା । ରିଲିଫ୍‌ ଦେବାକୁ ମଧ୍ୟ ଚାଉଳ ନଥିଲା । ଚାଉଳ ଯୋଗାଣ ପାଇଁ ଟ୍ରେନ୍‌ ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିବାକୁ ପଡୁଥିଲା । ହେଲେ ୨୦୦୭ ପରଠାରୁ ସ୍ଥିତି ବଦଳିବାକୁ ଲାଗିଲା । ଜଳସେଚନ ବିକାଶ ସହ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଗଲା ।
ଗତ ୪ ବର୍ଷରେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଯାବତ୍‌ ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇ ସାରିଲାଣି । ଆଉ ୧୦ ଲକ୍ଷ ହେକ୍ଟର୍‌ ଜମିକୁ ମଧ୍ୟ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । କୃଷି ପାଇଁ ସ୍ୱତନ୍ତ୍ର ପାଣ୍ଠି, ସ୍ୱତନ୍ତ୍ର କ୍ୟାବିନେଟ୍‌ ଆଦି କରିଛି ଓଡ଼ିଶା । ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୮୦ ପ୍ରତିଶତ ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଆଣିପାରିଛୁ । ଅକ୍ଷୟ ତୃତୀୟ ଓ ନୂଆଖାଇରେ ଚାଷୀଙ୍କୁ ମିଳିବାକୁ ଥିବା ୫ ହଜାର ଟଙ୍କା ଲେଖାଏଁ ସହାୟତାକୁ ଚାଷ କାମରେ ଲଗାଇ ଓଡ଼ିଶାକୁ ଆଗେଇନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ଆପଣଙ୍କ ପାଇଁ କାମ କରୁଛି, କରି ଚାଲିଥିବି । ଆପଣମାନେ ଚାଷବାସ କରି ଭଲରେ ରହିଲେ ମୁଁ ସବୁଠାରୁ ଖୁସି ହେବି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ଥିମ୍‌ ସଙ୍ଗ୍‌ ଭିଡିଓ ବା ଆନ୍ଥେମ୍‌ ‘ତୁ ଅନ୍ନଦାତା, ତୁ ଭାଗ୍ୟ ବିଧାତା’କୁ ଉନ୍ମୋଚନ କରିବା ସହ ମଞ୍ଚ ଉପରେ ଥିବା ସମସ୍ତ ଚାଷୀଙ୍କୁ କାଳିଆ ସହାୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ । ମହେଶ୍ୱର ବରାଡ଼, ଗଙ୍ଗାଧର ନାୟକ, ସଂଯୁକ୍ତା ବେହେରା ଓ ସତ୍ୟ ବିଷୋୟୀ ପ୍ରମୁଖ ଚାଷୀ ମଞ୍ଚ ଉପରେ ନିଜ ମତ ରଖିଥିଲେ । ସେମାନେ କାଳିଆ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ବାବଦରେ କହିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ବଟନ୍‌ ଚିପି ଚାଷୀ, ଭାଗ ଚାଷୀ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ସିଧାସଳଖ ଟଙ୍କା ଜମା ବ୍ୟବସ୍ଥା ଉଦ୍‌ଘାଟନ କରିଥିଲେ । କାଳିଆ ଚାଷୀ ମହାସମାବେଶରେ ଜିଲ୍ଲାର ସବୁ ଆଡୁ ହଜାର ହଜାର କୃଷକ, ଭାଗ ଚାଷୀ, କୃଷି ଶ୍ରମିକ, ଦଳୀୟ ନେତା ଓ ସମର୍ଥକଙ୍କ ଭିଡ଼ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରେ ହେଲିକପ୍ଟର୍‌ ଯୋଗେ ଓହ୍ଲାଇବା ପରେ ସେହି ନିକଟରେ ହୋଇଥିବା ସଭାସ୍ଥଳକୁ ଯାଇଥିଲେ । ମଞ୍ଚ ଉପରକୁ ଯିବା ପୂର୍ବରୁ ସେ ୨୯୫ କୋଟି ଟଙ୍କାର ୨୩୧ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ୭୧୬ କୋଟି ଟଙ୍କାର ୪୮ଟି ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିଥିଲେ ।

ସମ୍ବନ୍ଧିତ ଖବର