PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବଜାରକୁ ଆସିଲା ଏହି ପକେଟ୍ ଏସି: ପୋଷାକରେ ବି ହୋଇପାରୁଛି ଫିଟ୍‌, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬/୦୭(ଏଜେନ୍ସି):ଜାପାନର ପ୍ରମୁଖ କମ୍ପାନି ସୋନି ଏକ ନୂଆ ପ୍ରକାର ଏୟାର୍‌ କଣ୍ଡିସନର ଆଣିଛି । ଏହି ଏସି ମୋବାଇଲ ଫୋନ୍‌ଠାରୁ ବି ଛୋଟ । ଏହା ଆପଣଙ୍କ ପୋଷାକରେ ସହଜରେ ଫିଟ୍‌ ହୋଇଯିବ । ସୋନିର ଏହି ଏୟାର୍‌ କଣ୍ଡିସନରର ନାଁ ରିଅନ୍‌ ପକେଟ୍‌ ରହିଛି । ଏହି ଏସି ଗରମରେ ଆପଣଙ୍କୁ ଥଣ୍ଡା ଯୋଗାଇବ । ଥଣ୍ଡାରେ ଏହା ଆପଣଙ୍କୁ ଉଷ୍ମତା ବି ପ୍ରଦାନ କରିବ । ସୋନିର ଏହି ଏୟାର୍‌ କଣ୍ଡିସନରକୁ ଆପଣ ନିଜ ମୋବାଇଲ ଫୋନ୍‌ ଦ୍ୱାରା ନିୟନ୍ତ୍ରଣ କରିପାରିବେ । ଏହି ପକେଟ୍‌ ସାଇଜ୍‌ ଏୟାର୍‌ କଣ୍ଡିସନର ପାଇଁ ସୋନି କ୍ରାଉଡ୍‌ଫଣ୍ଡିଂ ପ୍ଲାଟ୍‌ଫର୍ମ ଆଣିଛି ।

ଏହି ଏସିକୁ ଏକ ଛୋଟ ବ୍ୟାଗ୍‌ କିମ୍ବା ବେକ ପଛରେ ରଖାଯାଇପାରିବ । ଏହି ଏସିର ତାପମାତ୍ରାକୁ ଆପଣ ମୋବାଇଲ ଆପ୍‌ ଜରିଆରେ ନିୟନ୍ତ୍ରଣ କରିପାରିବେ । ପେଲ୍ଟିୟର ଏଲିମେଣ୍ଟ୍‌ରେ ଏହା ପ୍ରସ୍ତୁତ ହୋଇଛି, ଯାହାକି ଦ୍ରୁତ ଗତିରେ ଗରମ ଏବଂ ଥଣ୍ଡା ହୋଇଥାଏ । କାର କୁଲର ଏବଂ ବାହନ କୁଲରରେ ସାଧାରଣତଃ ଏହି ଉପାଦାନକୁ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା କମ୍‌ ଶକ୍ତି ବ୍ୟବହାର ହୋଇଥାଏ । ଏକ ବିଶେଷ ପ୍ରକାର ଅନ୍ତବସ୍ତ୍ରରେ ଏହାକୁ ପିନ୍ଧାଯାଇପାରିବ । ଏହି ଅନ୍ତବସ୍ତ୍ରଗୁଡିକ ସ୍ମଲ, ମିଡିୟମ୍‌ ଏବଂ ଲାର୍ଜ ସାଇଜ୍‌ରେ ଆସୁଛି ।

ଏହା କେବଳ ପୁରୁଷଙ୍କ ପାଇଁ ଉପଲବ୍ଧ । ଏହି ଅନ୍ତବସ୍ତ୍ରର ପଛରେ ଏକ ପକେଟ୍‌ ରହିଛି, ଯେଉଁଥିରେ ଏସି ଆରାମରେ ଫିଟ୍‌ ହୋଇଯିବ । ଏହି ସ୍ମାର୍ଟ ଏସି ଲିଥିୟମ୍‌ ଆୟନ୍‌ ବ୍ୟାଟେରିରେ ଚାଳିତ । ୨ ଘଣ୍ଟାର ଚାର୍ଜରେ ଏହା ଦିନ ଯାକ ବ୍ୟବହାର ହୋଇପାରିବ । ବ୍ଲୁଟୁଥ୍‌ ୫.୦ ଏଲ୍‌ଇ କନେକ୍ଟେଡ୍‌ ଫୋନ୍‌କୁ ଏହା ସପୋର୍ଟ କରିଥାଏ । ସୋନିର ରିଅନ୍‌ ପକେଟ୍‌ ଏସିର ଦାମ୍‌ ୧୪,୦୮୦ ୟେନ୍‌(ପାଖାପାଖି ୯୦୦୦ ଟଙ୍କା) ରହିଛି ।