ୟୁପିରେ ବୁଆ-ଭତିଜା ମେଣ୍ଟ

ଲକ୍ଷ୍ନୌ,12।1(ଏଜେନ୍ସି): ଆଗାମୀ ଲୋକସଭା ନିର୍ବ।ଚନ ପାଇଁ ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବସପା) ନେତ୍ରୀ ମାୟାବତୀ (ବୁଆ)ଓ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ (ଭତିଜା)ହାତ ମିଳାଇଛନ୍ତି। କଂଗ୍ରେସକୁ ବାଦ୍ ଦେଇ ସେମାନେ ଏକାଠି ନିର୍ବ।ଚନ ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। ରାଜ୍ୟର ମୋଟ 80 ଲୋକସଭା ଆସନରୁ ଦୁଇ ଦଳ 38ଟି ଲେଖାଏଁ ଆସନରେ ଲଢ଼ିବେ। ଅବଶିଷ୍ଟ 4ଟି ଆସନରୁ ଦୁଇଟି ସହଯୋଗୀ ଦଳ ପାଇଁ ଛାଡ଼ିଛନ୍ତି। ଅନ୍ୟ ଦୁଇ ଆସନ ତଥା ଗାନ୍ଧୀ ପରିବାରର ପାରମ୍ପରିକ ଗଡ଼ କୁହାଯାଉଥିବା ଆମେଥି ଓ ରାୟବରେଲିରେ ସେମାନେ କୌଣସି ପ୍ରାର୍ଥୀ ଦେବେନାହିଁ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥିରୁ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲିରୁ ପ୍ରତିନିଧିତ୍ବ କରୁଛନ୍ତି। ମାୟାବତୀ ଓ ଅଖିଳେଶ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ କଂଗ୍ରେସକୁ ସାଥୀରେ ନେଲେ ସେମାନଙ୍କୁ କୌଣସି ଫାଇଦା ମିଳିବ ନାହିଁ। ଏଥିସହିତ ସେମାନଙ୍କର ଏହି ମେଣ୍ଟ ଆଗକୁ ଜାରି ରହିବ ଓ 2022 ବିଧାନସଭା ନିର୍ବ।ଚନ ମଧ୍ୟ ସେମାନେ ଏକାଠି ଲଢ଼ିବେ। କିନ୍ତୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନର ସେମାନେ କୌଣସି ଉତ୍ତର ଦେଇନାହାନ୍ତି। 2014 ଲୋକସଭା ନିର୍ବ।ଚନରେ ବିଜେପି ରାଜ୍ୟରୁ 71ଟି ଆସନ ଜିତିଥିଲା। ଏହାର ସହଯୋଗୀ ଆପନା ଦଳ 2ଟି ଆସନ ପାଇଥିଲା। ସପା 5 ଓ କଂଗ୍ରେସ 2ଟି ଆସନ ପାଇଥିଲା ବେଳେ ବସପା ଖାତା ଖୋଲିପାରି ନଥିଲା।