ନୂଆଦିଲ୍ଲୀ,୨୮/୦୬: ଦେଶବ୍ୟାପୀ ଡାକଘରଗୁଡ଼ିକ  ଅଗଷ୍ଟରୁ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବେ । ନିଜ ନିଜର  ଆଇଟି ସିଷ୍ଟମ୍‌ରେ ଏକ ନୂଆ ଆପ୍ଲିକେଶନ୍‌ ଆରମ୍ଭ କରିବା  ପରେ ଏହି ସେବା ପ୍ରଚଳନ ହେବ ବୋଲି ଏକ ସରକାରୀ  ସୂତ୍ରରୁ ଜଣାପଡ଼ିଛି ।

ୟୁପିଆଇ (ୟୁନିଫାଏଡ୍‌ ପେମେଣ୍ଟ୍‌  ଇଣ୍ଟର୍‌ଫେସ୍‌) ସିଷ୍ଟମ୍‌ ସହ ଆକାଉଣ୍ଟ୍‌ଗୁଡ଼ିକ ଲିଙ୍କ୍‌ ହୋଇ ନ  ଥିବା କାରଣରୁ ଏଯାବତ୍‌  ଡାକଘରଗୁଡ଼ିକ ଡିଜିଟାଲ  ପେମେଣ୍ଟ ଗ୍ରହଣ କରିବା  ପାଇଁ ସମର୍ଥ ହେଉ ନ  ଥିଲେ । କିନ୍ତୁ ଏବେ ଡାକ ବିଭାଗ ଏହାର ଆଇଟି ଭିତ୍ତିଭୂମିକୁ  କାର୍ଯ୍ୟକାରୀ କରୁଛି, ଯେଉଁଥିରେ ନୂଆ ଆପ୍ଲିକେଶନଗୁଡ଼ିକ  ରହିଛି । ଏହି ଆପ୍ଲିକେଶନ୍‌ଗୁଡ଼ିକ ଡାଇନାମିକ୍‌ କ୍ୟୁଆର୍‌  କୋଡ୍‌ ସହ ଟ୍ରାଞ୍ଜାକ୍‌ସନ ସୁବିଧା ପ୍ରଦାନ କରିପାରିବେ ।  ୨୦୨୫ ଅଗଷ୍ଟ ସୁଦ୍ଧା ସମସ୍ତ ଡାକଘରେ ଏହାକୁ ଆରମ୍ଭ  କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି । ଆଇଟି ୨.୦ ଅଧୀନରେ ନୂଆ ସିଷ୍ଟମ୍‌ର ପାଇଲଟ୍‌ କାର୍ଯ୍ୟାନ୍ୱୟନ  କର୍ଣ୍ଣାଟକ ସର୍କଲରେ ପ୍ରଥମେ ଆରମ୍ଭ ହେବ ।