ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଉପ-ଡାକଘର ଭିତରୁ ସଂଜ୍ଞାହୀନ ଅବସ୍ଥାରେ ପୋଷ୍ଟ ମାଷ୍ଟର ଉଦ୍ଧାର; ଡାକ୍ତରଖାନାରେ ଭର୍ତ୍ତି

Published By : Harapriya Sethi | August 1, 2025 12:57 PM

ବଙ୍ଗୋମୁଣ୍ଡା,୦୧/୦୮: ବଙ୍ଗୋମୁଣ୍ଡା ଉପ-ଡାକଘର ପୋଷ୍ଟ ମାଷ୍ଟର ନରେନ୍ଦ୍ର ଭୋଇ (୫୨ବର୍ଷ)ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି । ଖବର ପାଇ ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରୁଛି । ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ଥାନାଧିକାରୀ ସଂଜୀବ ପ୍ରଧାନ ଉପସ୍ଥିତରେ ପୋଷ୍ଟ୍ ମାଷ୍ଟରଙ୍କୁ ଡାକ୍ତରଖାନାକୁ ପଠାଯାଇଛି । 

ସୂଚନା ମୁତାବକ, ପୋଷ୍ଟ ମାଷ୍ଟର  ନରେନ୍ଦ୍ର ଭୋଇ ପ୍ରାୟ ୧୫ ଦିନ ତଳେ ବଙ୍ଗୋମୁଣ୍ଡା ଉପ-ଡାକଘରେ ନିଯୁକ୍ତି ପାଇଥିଲେ । ସେ ରାତିରେ ଡାକ ଅଫିସରେ ରୁହନ୍ତି । ଗୁରୁବାର ଅଫିସ୍ କାମ ସାରି ଅନ୍ୟ କର୍ମଚାରୀ ଘରକୁ ଯାଇଥିଲେ । ଶୁକ୍ରବାର ସକାଳ ୯ଟା ୪୫ରେ କର୍ମଚାରୀ ଆସିଲା ପରେ ପୋଷ୍ଟ ମାଷ୍ଟରଙ୍କୁ ଡାକିଥିଲେ । ହେଲେ କୌଣସି ଉତ୍ତର ନମିଳିବାରୁ ସନ୍ଦେହ କରି ବଙ୍ଗୋମୁଣ୍ଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୁଲିସ ଉପସ୍ଥିତିରେ କବାଟ ଖୋଲିଲା ପରେ ସଂଜ୍ଞାହୀନ ହୋଇ ଶୋଇଥିଲେ । ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଏବଂ ଥାନାଧିକାରୀ ସଂଜୀବ ପ୍ରଧାନ ଉପସ୍ଥିତ ରହି ପୋଷ୍ଟ ମାଷ୍ଟରଙ୍କୁ ଡାକ୍ତରଖାନାକୁ ପଠାଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.