ନୂଆଦିଲ୍ଲୀ – ଦିଲ୍ଲୀରେ ୧୬ ବର୍ଷିୟା ନାବାଳିକା ସାକ୍ଷୀଙ୍କ ହତ୍ୟା ପରେ ସାମନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଏଥିରେ ଅନେକ ନୂଆ ନୂଆ କଥାର ଖୁଲାସା ହୋଇଛି। ୨୮ ମେ’ ରେ ଶାହବାଦ ଡେରି ଅଞ୍ଚଳରେ ସାକ୍ଷୀଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇ ଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଛି କି ୧୬ ଥର ଛୁରୀରେ ଆକ୍ରମଣ କରିବା କାରଣରୁ ସାକ୍ଷୀଙ୍କ ପେଟର ଭିତର ଅଙ୍ଗ ବାହାରକୁ ବାହାରି ଯାଇଥିଲା । ସୂତ୍ର ମୁତାବିକ, ପୁଲିସର ହସ୍ପିଟାଲରୁ ୧୬-୧୭ ପୃଷ୍ଠାର ଚାର୍ଜସିଟ୍ ମିଳିଛି ଏବଂ ଏଥିରେ ଏହି ଭୟାନକ ହତ୍ୟାକାଣ୍ଡର ପୂରା ତଥ୍ୟର ରିପୋର୍ଟ ରହିଛି ।
ପୋଷ୍ଟମର୍ଟମରେ ଖୁଲାସା ହୋଇଛି କି , ସାହିଲ ବହୁତ କ୍ରୁରତାପୂର୍ବକ ଓ ଘାତକ ଉପାୟରେ ଆକ୍ରମଣ କରିଥିଲା । ପୁଲିସ ସୂତ୍ରାନୁସାରେ ସାକ୍ଷୀଙ୍କର ଅନ୍ତଃନଳୀ ଓ ଆହୁରି ଅନେକ ଭିତରର ଅଙ୍ଗ ଶରୀରରୁ ବାହାରି ଆସିଥିଲା । ରିପୋର୍ଟରେ କୁହାଯାଇଛି କି ସାକ୍ଷୀଙ୍କ ଶରୀରକୁ ସାହିଲ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲା ଏବଂ ଏହାପରେ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ପୀଡ଼ିତାଙ୍କ ଶରୀରରେ ଅନେକ ଥର କରାଯାଇ ଥିବା ହମଲାରୁ ଏହା ଜଣାପଡ଼ିଛି। ମୁଣ୍ଡର କିଛି ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା।
ଏହାସହ ମଧ୍ୟ ପଢ଼ନ୍ତୁ - ସାକ୍ଷୀଙ୍କ ହତ୍ୟା ପୂରା ଦୁନିଆ ଦେଖିଛି, ପୁଣି କାହିଁକି ସାକ୍ଷ୍ୟ ଓ ପ୍ରମାଣ ସଂଗ୍ରହ କରୁଛି ଦିଲ୍ଲୀ ପୁଲିସ ? ଜାଣନ୍ତୁ କାରଣ
{"width":765,"height":449}ସୂତ୍ରାନୁସାରେ , ସାକ୍ଷୀଙ୍କ ଉପରେ କରାଯାଇ ଥିବା ୧୬ଥର ଛୁରାଘାତରେ ଅଧିକ ଆକ୍ରମଣ ତାଙ୍କର କାନ୍ଧ ଓ ଅଣ୍ଟା ଭାଗରେ ହୋଇଛି। ଏହା ବ୍ୟତୀତ ସାକ୍ଷୀଙ୍କ ଶରୀରର ଅନେକ ହାଡ଼ ଭାଙ୍ଗି ଥିବା ସ୍ଥିତିରେ ମିଳିଛି, ଯେଉଁଥିରେ ଏହା ଜଣାପଡ଼ିଛି କି କେଉଁ ଭଳି ସାକ୍ଷୀଙ୍କୁ ଅତି ନିଷ୍ଠୁରତା ଭାବେ ସାହିଲ ହତ୍ୟା କରିଛି । ଚିକିତ୍ସକଙ୍କ ମୁତାବିକ , ଅଭିଯୁକ୍ତ ସାହିଲ ଆକ୍ରମଣରେ ପୀଡ଼ିତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଛି।
ଅନ୍ୟପଟେ ପୁଲିସ ସାକ୍ଷୀଙ୍କ ହତ୍ୟାରେ ବ୍ୟବହାର କରାଯାଇଥିବା ଛୁରୀ ଓ ସେଠାରୁ ମିଳିଥିବା ଜୋତାକୁ ବୈଜ୍ଞାନିକ ପରୀକ୍ଷଣ ପାଇଁ ଲ୍ୟାବ୍ ପଠାଇ ଦେଇଛି । ୨୦ ବର୍ଷିୟ ସାହିଲ ବିରୋଧରେ ପୁଲିସ ସବୁ ପ୍ରକାରର ପ୍ରମାଣ ସଂଗ୍ରହ କରିବାରେ ଲାଗି ପଡ଼ିଛି। ହତ୍ୟାର ପରଦିନ ୨୯ ମେ’ରେ ଦିଲ୍ଲୀ ପୁଲିସ ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଅଭିଯୁକ୍ତ ସାହିଲକୁ ଗିରଫ କରିଥିଲା। ଏହା ପୂର୍ବରୁ ପୁଲିସ ୧ ମଇରେ ସାକ୍ଷୀଙ୍କ ହତ୍ୟାରେ ବ୍ୟବହୃତ କରାଯାଇ ଥିବା ଛୁରୀକୁ ଶାହବାଦ ଡେରୀ ଅଞ୍ଚଳରୁ ଜବତ କରିଥିଲା ।