PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଆଳୁ ଜୁସ୍, ସ୍କିନ୍ ଗ୍ଲୋ ହେବା ସହ ଦେଇଥାଏ ଏହି ସବୁ ଫାଇଦା

ନୂଆଦିଲ୍ଲୀ ୨୬/୦୫: ଆଳୁକୁ ସବୁ ପନିପରିବାର ରାଜା କୁହାଯାଏ। କାରଣ ଏହା ଅଧିକାଂଶ ତରକାରୀରେ ବିଶେଷ ଭାବରେ ସାମିଲ ହୋଇଥାଏ। ଅନେକ ଲୋକ ଆଳୁରେ ଥିବା ପୁଷ୍ଟିକର ଉପାଦାନ ବିଷୟରେ ଭଲ ଭାବରେ ଜାଣି ନାହାଁନ୍ତି। ଆଳୁ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଜାଣିବା ଉଚିତ୍। ଆଳୁରେ ଅନେକ ସ୍ୱାସ୍ଥ୍ୟ ଉପକାର ଲୁଚି ରହିଛି। ଆଳୁକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ। କିନ୍ତୁ ଆପଣ କେବେ ଏହାର ଜୁସ୍ ପିଇଛନ୍ତି କି? ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

କଳା ଦାଗ ଏବଂ ପିଗମେଣ୍ଟେସନ କମ୍ କରେ : କିଛି ଅଧ୍ୟୟନ ଅନୁଯାୟୀ, କଞ୍ଚା ଆଳୁ ରସକୁ ମୁହଁରେ ଲଗାଇବା ଦ୍ୱାରା କଳା ଦାଗ, ଆଖି ତଳେ ଡାର୍କ ସର୍କଲ ଏବଂ ହାଇପରପିଗମେଣ୍ଟେସନ୍ କମ୍ ହୋଇଥାଏ। ଏହା ବ୍ୟତୀତ ଆଳୁ ସ୍କିନ୍‌କୁ ଗ୍ଲୋଇଂ ଓ ଟାଇଟ୍‌ କରିଥାଏ।

ଏକ୍ଜିମା ଓ ସୋରିୟାସିସ୍ ଫ୍ଲେୟାର ଅପ୍ କମ୍ କରେ : ପ୍ରଭାବିତ ସ୍ଥାନରେ କଞ୍ଚା ଆଳୁ ରସ ୧୦-୧୫ ଦିନ ଲଗାଇଲେ ପିଲା ଏବଂ ବୟସ୍କଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ଉପଶମ : ଗଣ୍ଠି ଯନ୍ତ୍ରଣାର ସାଧାରଣ କାରଣ ହେଉଛି ଉଚ୍ଚ ୟୁରିକ୍ ଏସିଡ୍ ସ୍ତର। ବିଶେଷଜ୍ଞଙ୍କ ଅନୁଯାୟୀ, ତାଜା ଆଳୁ ରସ ପିଇବା ଦ୍ୱାରା ଏସିଡ୍ ସ୍ତର କମ୍ ହୋଇଥାଏ। କେବଳ ଏତିକି ନୁହେଁ, ଏହା କିଡନୀକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଆଇରନ୍ ଓ ଭିଟାମିନ୍ ସି ର ଉତ୍ତମ ଉତ୍ସ : ଏହା ଭିଟାମିନ୍ ସି ଏବଂ ଆଇରନ୍‌ର ଏକ ଉତ୍ତମ ଉତ୍ସ। ଗୋଟିଏ ମଧ୍ୟମ ଆଳୁରେ ଭିଟାମିନ୍ ସି ର RDA ର ୫୦ ପ୍ରତିଶତରୁ ଅଧିକ ଥାଏ । ମେଟାବୋଲିଜିମ୍ ଏବଂ ଇମ୍ୟୁନ୍ ସିଷ୍ଟମକୁ ବଢାଇବା ପାଇଁ ଏଥିରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ।