‘ବଦଳୁଛି ଭାରତର ଚେହେରା, ୮ ବର୍ଷରେ ୧୨.୩ ପ୍ରତିଶତ କମିଛି ଗରିବୀ, ସରକାରୀ ଯୋଜନା ବଦଳାଇଛି ସ୍ଥିତି’: ବିଶ୍ବ ବ୍ୟାଙ୍କ

ନୂଆଦିଲ୍ଲୀ ୧୭/୦୪: ଭାରତରେ କମୁଛି ଗରିବୀ । ୨୦୧୧ ତୁଳନାରେ ୨୦୧୯ରେ ୧୨.୩ ପ୍ରତିଶତ ଗରିବୀ ହ୍ରାସ ପାଇଛି । ବିଶ୍ବ ବ୍ୟାଙ୍କ ପଲିସି ରିସର୍ଚ୍ଚର ବ୍ୟାଙ୍କିଂ ପେପର୍ରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୧ରେ ଭାରତରେ ମୋଟ ଗରିବୀ ୨୨.୫ ପ୍ରତିଶତ ଥିଲା । ଆଉ ୨୦୧୯ ସର୍ଭେ ରିପୋର୍ଟରେ ତାହା ହ୍ରାସ ପାଇ ୧୦.୨ ପ୍ରତିଶତ ହୋଇଛି ।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମ୍ଏଫ୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଗରିବୀ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଛି । ଏହା ସହିତ ରାଜ୍ୟ ସରକାରମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ସୁବିଧା ଯୋଗୁଁ ଗତ ୪୦ ବର୍ଷ ମଧ୍ୟରେ ଉପଭୋକ୍ତା ଅସମାନତା ସର୍ବନିମ୍ନ ସ୍ତରରେ ଅଛି ।

ରିପୋର୍ଟରେ ଦର୍ଶଯାଇଛି ଯେ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଗରିବୀ ଅଧିକ ହ୍ରାସ ପାଇଛି । ଲୋକମୋନ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଗ୍ରାମାଞ୍ଚଳ ଗୁଡିକରେ ଗରିବୀ ହାର ୨୦୧୧ରେ ୨୬.୩ ପ୍ରତିଶତ ରହିଥିଲା । ଯାହାକି ୨୦୧୯ ପର୍ଯ୍ୟନ୍ତ ଲଗାତାର ଭାବେ ହ୍ରାସପାଇ ୧୧.୬ ପ୍ରତିଶତରେ ପହଞ୍ଚିଛି । କିନ୍ତୁ ସହରାଞ୍ଚଳ କଥା କହିବାକୁ ଗଲେ ଏହି ଗ୍ରାଫ୍ ୨୦୧୧ରେ ଯେଉଁଠି ୧୪.୨ ଥିଲା ତାହା ହ୍ରାସ ପାଇ ୬.୩ ପ୍ରତିଶତ ହୋଇଯାଇଛି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗ୍ରାଫ୍ ଦେଖିଲେ ୨୦୧୧ରୁ ୨୦୧୯ ମଧ୍ୟରେ ୧୪.୭ ପ୍ରତିଶତରୁ ହ୍ରାସ ପାଇ ୭.୯ ପ୍ରତିଶତ ରହିଛି । ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଗରିବୀ ହ୍ରାସ ପାଇଛି । କିନ୍ତୁ ଯାହା ପୂର୍ବାନୁମାନ କରାଯାଉଥିଲା ସେହି ତୁଳନାରେ ଗ୍ରାଫ୍ କମିଛି ।

କେବଳ ଗରିବୀ ହ୍ରାସ ପାଇଛି ତାହା ନୁହେଁ, ଚାଷୀମାନଙ୍କ ମଧ୍ୟ ବଢିଛି । ନାମମାତ୍ର ଚାଷୀ ମଧ୍ୟ ଲାଭବାନ୍ ହୋଇପାରିଛନ୍ତି । ରିପୋର୍ଟରେ ଦର୍ଶଯାଇଛି ଯେ, ୨୦୧୩ ରୁ ୨୦୧୯ ମଧ୍ୟରେ ଚାଷୀଙ୍କ ଆୟ ପ୍ରାୟ ୧୦ ପ୍ରତିଶତ ବଢିଛି । ଅନ୍ୟପଟେ ବଡ ଚାଷୀଙ୍କ ଆୟ ୨ ପ୍ରତିଶତ ବୃଦ୍ଧିପାଇଥିବା ରିପୋର୍ଟରେ ଦର୍ଶଯାଇଛି ।
