PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ବିଦ୍ୟୁତ୍‌ ବଣ୍ଟନର ପ୍ରସ୍ତାବିତ ଘରୋଇକରଣର ପ୍ରତିବାଦ: ପ୍ରତୀକ ଅନଶନ କରିବେ ପାୱାର ଇଞ୍ଜିନିୟର

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ବିଦ୍ୟୁତ୍‌ ବଣ୍ଟନର ପ୍ରସ୍ତାବିତ ଘରୋଇକରଣକୁ ପାୱାର ଇଞ୍ଜିନିୟରମାନେ ବିରୋଧ କରିଛନ୍ତି । ଘରୋଇକରଣର ପ୍ରତିବାଦରେ ସେମାନେ ପ୍ରତୀକ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି । ଆଜି ଅଲ୍‌ ଓଡ଼ିଶା ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌ର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌ ଏହି ଆନ୍ଦୋଳନକୁ ସମର୍ଥନ କରିବ ବୋଲି ଘୋଷଣା କରିଛି ।
ଆଜି ନାଲ୍‌କୋ ଅଡିଟୋରିୟମ୍‌ଠାରେ କାର୍ଯ୍ୟକାରିଣୀ ବୈଠକ ସହ ‘ବିଦ୍ୟୁତ୍‌ ବଣ୍ଟନ: ଘରୋଇକରଣ ସବୁ ସମସ୍ୟାର ସମାଧାନ ନୁହେଁ’ ଶୀର୍ଷକ ଜାତୀୟସ୍ତରର କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସଭାପତି ପଞ୍ଚାନନ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇ କହିଥିଲେ, ବିଦ୍ୟୁତ୍‌ ସେବା ପାଇବାର ଅଧିକାର ସବୁ ନାଗରିକଙ୍କର ରହିଛି । ବିଦ୍ୟୁତ୍‌ ବଣ୍ଟନ ସେବାକୁ ଘରୋଇ ସଂସ୍ଥା ହାତରେ ଟେକି ନ ଦିଆଯାଉ । ଏହାକୁ ପଞ୍ଚାୟତ ଓ ପୌର ସଂସ୍ଥା ହାତରେ ଦିଆଯାଉ । ଲୋକଙ୍କୁ ଉଚ୍ଚମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାର ଘରୋଇକରଣକୁ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଥିଲେ ।
ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସେସୁର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଦର୍ଶନ ନାୟକ, ପାୱାର ଇଞ୍ଜିନିୟର୍ସ ଫେଡେରେସନର ସର୍ବଭାରତୀୟ ଅଧ୍ୟକ୍ଷ ଶୈଳେନ୍ଦ୍ର ଦୁବେ, ମହାସଚିବ ରତ୍ନାକର ରାଓ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।
୧୯୯୫ରେ ପ୍ରଥମେ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାର ଘରୋଇକରଣ କରାଗଲା । ଓଡିଶା ଇଲେକ୍ଟ୍ରିସିଟି ଆକ୍ଟ-୧୯୯୫ ଅନୁସାରେ ଘରୋଇକରଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ସେବେ ପ୍ରାୟ ୩୬୦ କୋଟିର ସବ୍‌ସିଡିକୁ ଏଡାଇବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ୧୯୯୯ରେ ୪ଟି ବେସରକାରୀ କମ୍ପାନୀ ସୃଷ୍ଟି ହୋଇଥିଲା । ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ଆଣିବା, ଏହି ବ୍ୟବସ୍ଥାର ଉନ୍ନତିକରଣ ସହ ଗୁଣାତ୍ମକ ବିଦ୍ୟୁତ୍‌ ସେବା ପ୍ରଦାନ କରିବାକୁ ଘରୋଇ ସଂସ୍ଥାକୁ ଫ୍ରାଞ୍ଚାଇଜି ଦିଆଯାଇଥିଲା । କିନ୍ତୁ ଘରୋଇ ସଂସ୍ଥାଗୁଡ଼ିକ ସରକାରଙ୍କ ଲାଭ କରିବା ବଦଳରେ ଓଲଟା ବ୍ୟବସ୍ଥାକୁ ବିଗାଡ଼ି ଚାଲିଛନ୍ତି ବୋଲି ଫେଡେରେସନ୍‌ ପକ୍ଷରୁ କୁହାଯାଇଛି । ଏଣୁ ସରକାର ପୂରା ବ୍ୟବସ୍ଥାକୁ ନିଜ ଅଧୀନରେ ରଖନ୍ତୁ ବୋଲି ଦାବି ହୋଇଛି ।