ସୁକନ୍ୟା ସମୃଦ୍ଧି ଯୋଜନା ସମେତ କିଛି ସ୍ବଳ୍ପ ସଂଚୟ ଯୋଜନା ଉପରେ ବଢିଲା ସୁଦ୍ଧ ହାର, ଜାଣନ୍ତୁ କେଉଁଥିରେ କେତେ…

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅର୍ଥାତ ଅପ୍ରେଲ ରୁ ଜୁନ୍ ମାସ ପାଇଁ ପିପିଏଫ (PPF) ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସ୍ମଲ୍ ସେଭିଂ ସ୍କିମ୍ର ସୁଦ୍ଧ ହାର ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାର ବରିଷ୍ଠ ନାଗରିକ ସଂଚୟ ଯୋଜନା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ସହିତ ବିଭିନ୍ନ ଛୋଟ ସଂଚୟ ଯୋଜନା ଉପରେ ଅପ୍ରେଲ ରୁ ଜୁନ୍ ତ୍ରୈମାସିକ ଅଧିନରେ ସୁଦ୍ଧ ହାରରେ ବୃଦ୍ଧି କରିଛନ୍ତି । ଯୋଜନାର ସୁଦ୍ଧ ହାରରେ ୭୦ ବିପିଏସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସମୟରେ ସରକାର ଏହି ଅବଧି ପାଇଁ ପିପିଏଫ ଯୋଜନାର ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି ।
କନ୍ୟା ସନ୍ତାନଙ୍କ ପାଇଁ ଜଣାଶୁଣା ସ୍ମଲ ସେଭିଂ ସ୍କିମ୍ ସୁକନ୍ୟା ସମୃଦ୍ଧି ଯୋଜନାର ସୁଦ୍ଧ ହାର ଏବେ ୮ ପ୍ରତିଶତ ହୋଇଛି । ପୂର୍ବରୁ ଏହା ୭.୬୦ ପ୍ରତିଶତ ଥିଲା । ଆଉ ଏବେ ଏଥିରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ସବୁଠୁ ଅଧିକ ବୃଦ୍ଧି ନ୍ୟାସନାଲ ସେଭିଂ ସାର୍ଟିଫିକେଟରେ କରାଯାଇଛି । ଏହି ଯୋଜନାର ସୁଦ୍ଧ ଦରରେ ୦.୭୦ ପ୍ରତିଶତ ବର୍ଦ୍ଧିତ କରାଯାଇଛି । ନୂଆ ଦର ଏପ୍ରିଲ ୧ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ପ୍ରଭାବି ହେବ । ସୂଚନାଥାଉକି, ସରକାର କୋଭିଡ୍ ସମୟରେ କ୍ରମାଗତ ଭାବରେ ୯ ଟି ତ୍ରୈମାସିକ ପର୍ଯ୍ୟନ୍ତ ସ୍ମଲ ସେଭିଂ ସ୍କିମ୍ ସୁଦ୍ଧ ଦରରେ କୌଣସି ପରିବର୍ତ୍ତନ କରିନଥିଲେ ।