ନୂଆଦିଲ୍ଲୀ : ନିଜ ଭବିଷ୍ୟତର ଚିନ୍ତା ତ ପ୍ରତ୍ୟେକଙ୍କୁ ହୋଇଥାଏ, ଏହି କ୍ରମରେ ଏଥିପାଇଁ ଆମେ ନିବେଶର ସାହାରା ଖୋଜି ଥାଉ। ବିଶେଷକରି ଚାକିରିଆ ଲୋକ , ଯିଏ ୬୨ ବର୍ଷ ଯାଏ ଚାକିରି କରନ୍ତି ଏବଂ ତାଙ୍କ ପରେ ତାଙ୍କୁ ନିଜ ସେଭିଙ୍ଗସରୁ ହିଁ କାମ ଚଲାଇବାକୁ ପଡ଼ିଥାଏ। ଏଥିପାଇଁ ଅନେକ ଉପାୟ ହୋଇ ଥାଏ, କିନ୍ତୁ ସବୁଠୁ ଅଧିକ ଲୋକ ଏସ୍ଆଇପିରେ କିମ୍ୱା ପିପିଏଫରେ ନିବେଶ କରିବାକୁ ପସନ୍ଦ କରନ୍ତି। ହେଲେ ଅନେକ ଥର ଆମେ ଏହି ଦୁଇଟିରେ ତଫାତ୍ କରି ପାରି ନଥାଉ କି, ଲଙ୍ଗ୍ ଟର୍ମ ନିବେଶ ପାଇଁ କଣ ଭଲ। ଆସନ୍ତୁ ,ଏବେ ଆମେ ଜାଣିବା ଏହି ଦୁଇଟି ମଧ୍ୟରେ କାହାକୁ ଚୟନ କରିବା ଫଳପ୍ରଦ ହେବ।

ପିପିଏଫ୍ କଣ ?

ସର୍ବ ପ୍ରଥମେ ତ ଆମ ପାଇଁ ଏହା ଜାଣିବା ଜରୁରୀ ଯେ, ପିପିଏଫ୍ କଣ ? ପିପିଏଫ୍‌ର ପୂରା ନାମ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ। ଏହା ଭାରତ ସରକାରଙ୍କ ଏକ ଲୋକପ୍ରିୟ ଲଙ୍ଗଟର୍ମ ସେଭିଂ ଯୋଜନା। ପିପିଏଫ୍ ୧୫ ବର୍ଷ ପାଇଁ ଟ୍ୟାକ୍ସ ଫ୍ରି ରିଟର୍ନ ଦେଇଥାଏ। ଏହା ରିଟାୟରମେଣ୍ଟ ପ୍ଲାନିଂ ପାଇଁ ଭଲ ଅପସନ। ପିପିଏଫ୍ ଭାରତ ସରକାରଙ୍କ ଯୋଜନା , ତ ଏଥିରେ ଏହା ଏକ ସେଫ୍ ସେଭିଂ କିମ୍ୱା ଇନଭେଷ୍ଟମେଣ୍ଟ ପ୍ଲାନ୍।

ଏସଆଇପି କଣ ?

ଏବେ ଏସଆଇପି ବିଷୟରେ କଥା ଯଦି କହିବା ତ , ଏସଆଇପିର ପୂରା ନାଁ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ। ଏହା ଏକ ମ୍ୟୁଚୁଆଲ ଫଣ୍ଡ , ଏଥିରେ ଲୋକେ ଅଧିକ ନିବେଶ କରିବା ପସନ୍ଦ କରନ୍ତି। ଏହି ମ୍ୟୁଚୁଆଲ ଫଣ୍ଡ ସର୍ଟ ଟର୍ମ ହୋଇପାରେ ଏବଂ ଲଙ୍ଗ୍ ଟର୍ମ ହୋଇପାରେ। ଏଥିରେ ଆପଣ ପ୍ରତି ମାସରେ ସ୍ୱଳ୍ପ ରାଶି ନିବେଶ କରନ୍ତି। ଏହା ସଂପୂର୍ଣ୍ଣ ରୂପେ ବଜାରର ଉତ୍ଥାନ ପତନ ଉପରେ ନିର୍ଭରଶୀଳ। ଏହା ଟ୍ୟାକ୍ସ ଫ୍ରି ନୁହେଁ ଏବଂ ଯେବେ ଏଥିରୁ ଆମେ ଟଙ୍କା ବାହାର କରିବାର ଅଛି , ସେତେବେଳେ ମାର୍କେଟ୍ ରେଟ୍‌ର ହିସାବରେ ହିଁ ଆମକୁ ସୁଧ ଟଙ୍କା ମିଳିଥାଏ।

ପିପିଏଫ୍ vs ଏସଆଇପି –

ପିପିଏଫ୍ ଓ ଏସଆଇପି ଏହି ଦୁଇଟି ହିଁ ଲଙ୍ଗ୍-ଟର୍ମ ନିବେଶ ପାଇଁ ଭଲ ଅପସନ। କିନ୍ତୁ ପିପିଏଫ୍ ସରକାରୀ ଯୋଜନା ,ଏଥିରେ ଏହାର ରିଟର୍ନ ନିଶ୍ଚିତ ହୋଇଥାଏ। ପିପିଏଫ୍‌ରେ ଆପଣଙ୍କୁ ୭.୧ ପ୍ରତିଶତର ସୁଧ ହାରର ହିସାବରେ ରିଟର୍ନ ମିଳିବ, ତ ସେ ଏସଆଇପିର ରିଟର୍ନ ନିଶ୍ଚିତ ହୋଇ ନଥାଏ, ଏହା ହାଇ ରିଟର୍ନ ପଲିସି ହୋଇଥାଏ , ଯାହା ମାର୍କେଟ୍ ସହ ଲିଙ୍କଡ୍ ରହି ଥାଏ। ଏଥିରେ ୧୦ ପ୍ରତିଶତରୁ ୧୪ ପ୍ରତିଶତ ଯାଏ ରିଟର୍ନ ମିଳିଥାଏ। ହେଲେ ପିପିଏଫ୍‌ ଟଙ୍କା ସୁରକ୍ଷିତ ରହିଥାଏ , କିନ୍ତୁ ଏସଆଇପିରେ ରିଟର୍ନ ସୁରକ୍ଷିତ ରହି ନଥାଏ।