PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

‘ଆଦିପୁରୁଷ’ରେ ଆସିବେ ପ୍ରଭାସ : ‘ଅସତ୍ୟ ଉପରେ ସତ୍ୟର ବିଜୟୋତ୍ସବ’

ମୁମ୍ବାଇ ୧୯।୮ : ‘ବାହୁବଲୀ’ ଫେମ୍‌ ଅଭିନେତା ପ୍ରଭାସ ନିଜ ଅପ୍‌କମିଙ୍ଗ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ଆଦିପୁରୁଷ’ । ଏହା ଏକ ଥ୍ରିଡି ଆକ୍ସନ୍‌ ଡ୍ରାମା ହେବ । ପ୍ରଭାସଙ୍କୁ ଏଥିରେ ପୌରାଣିକ ଚରିତ୍ରରେ ଦେଖିବାକୁ ମିଳିପାରେ । ଓମ୍‌ ରାୱତ୍‌ ଏହାର ନିର୍ଦ୍ଦେଶନାରେ ଥିବାବେଳେ ଭୂଷଣ କୁମାର ପ୍ରଯୋଜନାରେ ରହିଛନ୍ତି ।

ପ୍ରଭାସ ସୋସିଆଲ ମିଡିଆରେ ଫିଲ୍ମର ଏକ ପୋଷ୍ଟର ବି ସେୟାର କରିଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି, ‘ଅସତ୍ୟ ଉପରେ ସତ୍ୟର ବିଜୟୋତ୍ସବ’ । ଏହା ସହ କହିଛନ୍ତି, ‘ପ୍ରତି ଭୂମିକା ଏବଂ ଚରିତ୍ର କରିବାରେ ଭିନ୍ନ ଭିନ୍ନ ଚାଲେଞ୍ଜ ଥାଏ । କିନ୍ତୁ ଏଭଳି ଚରିତ୍ରରେ ଅଭିନୟ କରିବା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଏବଂ ଗର୍ବର ବିଷୟ । ଏଥିରେ କାମ କରିବା ଲାଗି ମୁଁ ଖୁବ୍‌ ଉତ୍ସାହିତ ଅଛି ।’

ଉଭୟ ତେଲଗୁ ଏବଂ ହିନ୍ଦୀ ଭାଷାରେ ଫିଲ୍ମଟି ସୁଟିଂ ହେବ । ସେହିପରି ତାମିଲ, ମାଲାୟଲମ, କନ୍ନଡ଼ ଏବଂ ଅନ୍ୟ ବହୁ ଭାଷାରେ ଡବିଂ ହୋଇ ରିଲିଜ୍‌ ହେବ । ଆସନ୍ତାବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ୨୦୨୨ରେ ରିଲିଜ୍‌ ହୋଇପାରେ । ଫିଲ୍ମର ଅନ୍ୟ କଳାକାରଙ୍କ ସଂପର୍କରେ ଖୁବ୍‌ ଶୀଘ୍ର ସିଦ୍ଧାନ୍ତ ନିଆଯିବ ବୋଲି ନିର୍ମାତାମାନେ ସୂଚନା ଦେଇଛନ୍ତି । ଯଦି ସବୁକିଛି ଠିକଠାକ୍‌ ରହେ ତା’ ହେଲେ ‘ସାହୋ’ ଏବଂ ‘ରାଧେ ଶ୍ୟାମ’ ପରେ ଭୂଷଣ କୁମାରଙ୍କ ସହ ଏହା ପ୍ରଭାସଙ୍କର ତୃତୀୟ ଫିଲ୍ମ ହେବ ।