କେନ୍ଦୁଝର ୧୬/୦୬: କେନ୍ଦୁଝରରେ ପୁଲିସର ଆକ୍ସନ୍‌। ଅପରାଧିଙ୍କୁ ସାବାଡ ପାଇଁ ଗର୍ଜିଲା ପୁଲିସ ବନ୍ଧୁକ। ମହୁଲଡ଼ିହା ଜଙ୍ଗଲ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକକୁ ଏନକାଉଣ୍ଟର କଲା ପୁଲିସ। ଗୁଳିମାଡ଼ରେ ପ୍ରଭାତ ମଲିକ ଗୁରୁତର ଆହତ ହୋଇଛି। ପ୍ରଭାବକୁ ଉଦ୍ଧାର କରି କେନ୍ଦୁଝର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରଭାତ ନିକଟରୁ ଗୋଟିଏ ବନ୍ଧୁକ ଓ ୧୨ ହଜାର ଟଙ୍କା ଜବତ ହୋଇଛି। ତା ନାଁରେ ବିଭିନ୍ନ ଥାନାରେ  ୪୦ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି।  

ଅଧିକ ପଢ଼ନ୍ତୁ :- Monsoon Update: ଇଏ କି ପ୍ରକାର ମୌସୁମୀ? ସାଟେଲାଇଟରେ ବାଦଲ ଉଭାନ, ଭାରତକୁ ମୁହାଁଉନି ବଙ୍ଗୋପସାଗର ପବନ  

ସୂଚନା ଅନୁସାରେ, କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ୮ ଲକ୍ଷ ୧୮ ହଜାର ଟଙ୍କା ଡକାୟତି ଘଟଣାରେ ଏହି ଅପରାଧି ସମ୍ପୃକ୍ତ ଥିବା ଜାଣି ଟାଙ୍ଗରାଣୀରୁ ପ୍ରଭାବକୁ ଗିରଫ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରାଯାଇଥିଲା । ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା। ଯେତେବେଳେ  ସଦର ଥାନାର ବାଉରୀପଦା ଜଙ୍ଗଲରେ ଘଟିଥିବା ଏକ ଲୁଟ ଘଟଣାର ତଦନ୍ତ ଏବଂ ଲୁଟ ଟଙ୍କା ଉଦ୍ଧାର ପାଇଁ  ପ୍ରଭାତ ମଲିକଙ୍କୁ ନେଇ ପୁଲିସ ଯାଇଥିଲା।

 

ସେହି ସମୟରେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକ​‌ରେ କାଢ଼ିଥିଲା। ସେ ପୁଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଲୁଚାଇ ରଖିିଥିବା ବନ୍ଧୁକରେ ପୁଲିସକୁ  ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ପ୍ରଭାତର ଡାହାଣ ଗୋଡ଼ରେ ବାଜିଥି। ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।