ନିମାପଡା, ୨୫।୫ : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ଼ ।ଛୁରାମାଡ଼ରେ ଯୁବକ ଗୁରୁତର। ପୁରୀ ଜିଲ୍ଲା ନିମାପଡ଼ା ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଘଟିଛି ଘଟଣା। ଛୁରାମାଡ଼ରେ ଆହତ ହୋଇଛନ୍ତି ଶ୍ୟାସୁନ୍ଦରପୁର ଅଞ୍ଚଳର କାର୍ତ୍ତିକ ସେଠୀ।

କାର୍ତ୍ତିକ ସେଠୀଙ୍କ ସହିତ ସେହି ଅଞ୍ଚଳର ସୋମନାଥ ସେଠୀଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ହେଲେ ସୋମବାର ଏହି ବିବାଦ ଉଗ୍ର ରୂପ ନେଇଥିଲା। କାର୍ତ୍ତିକ ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ସମୟରେ ସୋମନାଥ ଏବଂ ତାଙ୍କ ଦୁଇ ସହଯୋଗୀ ଟୁକୁ ସେଠୀ ଏବଂ ବୁଦ୍ଧିଆ ସେଠୀ ଯୋଜନାବଦ୍ଧ ଭାବେ କାର୍ତ୍ତିକଙ୍କୁ ଛୁରାମାଡ଼ କରିଥିଲେ। କାର୍ତ୍ତିକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।ତେବେ କାର୍ତ୍ତିକଙ୍କୁ ଗୁରୁତର ଆହତ ଅବସ୍ଥାରେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ ମଧ୍ୟ ଅଭିଯୁକ୍ତ ମାନେ କାର୍ତ୍ତିକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଯାହାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି। ଏନେଇ କାର୍ତ୍ତିକଙ୍କ ବଡ଼ ଭାଇ ତୋଫାନ ସେଠୀ ନିମାପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଧନୁଯାତ୍ରା ସ୍ମାରକୀ ଗେଟ୍, ୨ ଗୁରୁତର