PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ, ଦୀର୍ଘ ସମୟ ଧରି କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ…

ନୂଆଦିଲ୍ଲୀ: ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର  ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୮ ବର୍ଷ ହୋଇଥିଲା । ସେ ଦୀର୍ଘ ସମୟ ଧରି କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ ଏବଂ ତାଙ୍କର ଡାଏଲିସିସ୍ ମଧ୍ୟ ଚାଲିଥିଲା । କୁହାଯାଉଛି କି, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨.୩୦ ସମୟରେ ସେ ଅସୁବିଧା ଅନୁଭବ କରିଥିଲେ । ତାଙ୍କର ପୋଟାସିୟମ୍ ସ୍ତର ବହୁତ ନିମ୍ନ ସ୍ତରକୁ ଆସିଥିଲା ​​। ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ରାତି ପ୍ରାୟ ୩ ଟା ସମୟରେ ମୁମ୍ବାଇର ଏକ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ପାରିଲା ନାହିଁ । ରାତି ସାଢେ ୩ଟା ରେ ତାଙ୍କର ମୃତ୍ୟୁ ହୋଇଥିଲା ।

କିଛି ସେଲିବ୍ରେଟି ପ୍ରଦୀପ୍ ସରକାରଙ୍କ ପରଲୋକକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଶୋକ ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ଅଜୟ ଦେବଗନ୍ ଲେଖିଛନ୍ତି, ଆମଭଳି କିଛି ଲୋକଙ୍କ ପାଇଁ ପ୍ରଦୀପ ସରକାର ‘ଦାଦା’ ଙ୍କ ଦେହାନ୍ତ ଖବର ହଜମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ମୁଁ ମୋର ଗଭୀର ସମବେଦନା ଜଣାଉଛି ।

ଆଜି ଅପରାହ୍ନରେ ପ୍ରଦୀପ୍ ସରକାରଙ୍କ ଅନ୍ତିମ ସଂସ୍କାର ସାନ୍ତାକ୍ରୁଜ୍ ଶବଦାହ ଗୃହରେ କରାଯିବ । ଚଳଚ୍ଚିତ୍ର ନିର୍ମାତା ସହିତ ସେ ଜଣେ ଜଣାଶୁଣା ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଥିଲେ । ଯାହା ପାଇଁ ସେ ଅନେକ ବଡ ପୁରସ୍କାର ଜିତିଥିଲେ । ପ୍ରଦୀପ ସରକାର ୨୦୦୫ ରେ ମୁକ୍ତିଲାଭ କରିଥିବା ‘ପରିଣୀତା’ ଫିଲ୍ମ ମାଧ୍ୟମରେ ବଲିଉଡ୍ ଏଣ୍ଟ୍ରି କରିଥିଲେ । ଯେଉଁଥିରେ ବିଦ୍ୟା ବାଲାନ, ସଞ୍ଜୟ ଦତ୍ତ ଏବଂ ସୈଫ ଅଲି ଖାନଙ୍କ ଭଳି ଷ୍ଟାର ଥିଲେ । ପରେ ସେ ରାନୀ ମୁଖାର୍ଜୀଙ୍କ ସହ ‘ଲଗା ଚୁନାରି ମେଁ  ଦାଗ୍’, ‘ମରଦାନୀ’ ଏବଂ ‘ଲଫଙ୍ଗେ ପରିନ୍ଦେ’ ଭଳି ଚଳଚ୍ଚିତ୍ର କରିଥିଲେ ।