ଓଡ଼ିଆ ପିଲା ଅନ୍ୟକୁ ରୋଜଗାର ଦେବା ସହ ମାଲିକ ବନିବେ: ଧର୍ମନ୍ଦେ

ଭୁବନେଶ୍ବର,13।1(ବୁୟରୋ): ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓଡ଼ିଆ ପିଲାଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ବଞ୍ଚିବାର ରାସ୍ତା ଦେଖାଇବ। ଏହାଦ୍ବାରା ରାଜ୍ୟର ଯୁବକ ଯୁବତୀମାନେ ଆତ୍ମନିରର୍ଭଶୀଳ ହେବା ସହ ନିଜେ ମାଲିକ ବନି ପାରିବେ। ଓଡ଼ିଆ ପିଲାମାନେ ରୋଜଗାର ଖୋଜିବା ପାଇଁ ବାହାରକୁ ଯିବେ ନାହିଁ। ବରଂ ଗରିବ ଘରର ପିଲାମାନେ ଅନ୍ୟକୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର କଳ୍ପନା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ କହିଛନ୍ତି।
ଖୋର୍ଦ୍ଧ। ଜିଲ୍ଲା ଯାଁଳାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏବେ ଦେଶରେ ବିଭିନ୍ନ ରାଜ୍ୟର ଗରିବ ଲୋକଙ୍କ ଭିତରେ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ସାମାଜିକ ସଂସ୍କାର ବଢ଼ିବ। ଏମାନଙ୍କ ମଧ୍ୟରୁ କେହି ଭୋକିଲା ନ ରହିବା ପାଇଁ ମାତା ଅମୃତାମନନ୍ଦମୟୀଙ୍କ ନେତୃତ୍ବରେ ଏହି ସ୍କୁଲ ଆରମ୍ଭ ହୋଇଛି। ସ୍କୁଲ ଦ୍ବାରା ସ୍ଥାନୀୟ ଅଞ୍ଚଳର ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ। ଗାଁର ବିକାଶ ପାଇଁ ଜିଲ୍ଲାର 4ଟି ଗାଁକୁ ଏହି ସ୍କୁଲ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛି। ସ୍ବାଭିମାନର ସହ ଜୀବନଯାପନ କରିବା ପାଇଁ ସମସ୍ତଙ୍କୁ ଶିକ୍ଷା ଓ ପ୍ରଶିକ୍ଷଣ ଦେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଏବେ ଆମକୁ ଯେଉ ଶିକ୍ଷା ଦିଆଯାଉଛି, ତାହା ଆମମାନଙ୍କୁ ରୋଜଗାର, ସ୍ବରୋଜଗାର, ସମ୍ମାନର ସହ ବଞ୍ଚିବା ପାଇଁ କେତେ ଦୂର ସହାୟକ ହେଉଛି, ତା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଭାରତ ସରକାରଙ୍କ କୌଶଳ ବିକାଶ ଯୋଜନା, ଦକ୍ଷତା ବିକାଶ ମନ୍ତ୍ରଳାୟ ଓ ମା’ଙ୍କ ପ୍ରଚେଷ୍ଟାରେ ଖୋର୍ଦ୍ଧ।ରେ ଏହାକୁ ଆରମ୍ଭ କରାଯାଇଛି। ଏ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ 200 ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ ପିଏମ୍କେଭିବାଇ ପ୍ରକଳ୍ପ ବୁଝାମଣା କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏଥିରେ ପିଲାଙ୍କୁ ପ୍ଲବିଂ, ଘରୋଇ ସହଯୋଗୀ, ଟେଲରିଂ, କମ୍ପୁୟଟର, ଡାଟା ଅପରେଟର, ମେକାନିକ୍ ଆଦି ବିଭିନ୍ନ ବିଭାଗରେ ପ୍ରଶିକ୍ଷଣ ଦିଆଯିବ। କେବଳ ପ୍ରଶିକ୍ଷଣ ନୁହେଁ ବରଂ ଏହି ଟ୍ରେନିଂ ସେଣ୍ଟରକୁ ବ୍ୟାଙ୍କ ସହ ଅନୁବନ୍ଧିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ମୁଦା ଯୋଜନାରେ କମ୍ ସୁଧରେ ପିଲାଙ୍କୁ ଋଣ ଦିଆଯିବ। ଗୋଟେ ବଡ଼ ଲକ୍ଷ୍ୟ ନେଇ କାମ ନକଲେ କୌଣସି କାର୍ଯ୍ୟରେ ସଫଳ ହେବା ସମ୍ଭବପର ନୁହଁେ ଆଜିର ଯୁଗରେ ପିଇବା ପାଣି, ବସ୍ତଂ୍ ଓ ଖାଦ୍ୟ ପରି ମୋବାଇଲ ମଧ୍ୟ ଅତ୍ୟାବଶ୍ୟକ ବସ୍ତୁ ହୋଇଗଲାଣି। ମୋବାଇଲ ମାଧ୍ୟମରେ ଫେସବୁକ ଓ ହ୍ବାଟସ୍ଅପରେ ଆମେ ସବୁକିଛି ସୂଚନା ପାଇପାରୁଛେ। କମ୍ପୁୟଟର ଓ ଏଟିଏମ୍ ମାଧ୍ୟମରେ ନିଜେ ଟଙ୍କା ଓ ଟେଲିଫୋନ ରିଚାର୍ଜ କରିବ ହିଁ ଡିଜିଟାଲାଇଜେସନ୍।
ଏହି ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଡାଟା ଏଣ୍ଟ୍ରି ପ୍ରଶିକ୍ଷଣ ଦିଆଯିବ। ଯାହାଦ୍ବାରା ଏ ଅଞ୍ଚଳର ଝିଅ ଆମେରିକାର ଜିନିଷ ଭାରତକୁ ଆଣିପାରିବ ଓ ଭାରତର ଜିନିଷ ଅନ୍ୟ ଦେଶରେ ପହଞ୍ଚାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏଥିରେ ଯୁବକ ଓ ଯୁବତୀଙ୍କୁ ନିଜ ପସନ୍ଦ ଅନୁଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି। ଏହି କେନ୍ଦ୍ରର ପରିଚାଳନା, ସ୍ଥାପନା କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରଣାଳୟର ସହଯୋଗିତାରେ ମାତା ଅମୃତାମୟୀ ଟ୍ରଷ୍ଟ ପକ୍ଷରୁ କରାଯାଉଛି।