PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

‘ମୁଁ ହିନ୍ଦୀ ଜାଣିନି, ଯାଅ..’; ଆପତ୍ତିଜନକ ଟିପ୍ପଣି ଦେବା ପରେ ଏପରି କହିଲେ ପ୍ରକାଶ ରାଜ୍‌

Image Courtesy: Siasat.com

ବେଙ୍ଗାଲୁରୁ,୦୮/୦୩: ହିନ୍ଦୀ ଭାଷା ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦରେ ସାଉଥ୍‌ ଅଭିନେତା ପ୍ରକାଶ ରାଜ୍। ମାମଲାଟି ୧୩ ସେପ୍ଟେମ୍ବର ୨୦୨୦ର। ହିନ୍ଦୀ ଦିବସ ଅବସରରେ ଅଭିନେତା ପ୍ରକାଶ ରାଜ ଏକ ଟି-ସାର୍ଟ ପିନ୍ଧିଥିଲେ, ଯେଉଁଥିରେ ଲେଖାଥିଲା ଯେ,’ମୁଁ ହିନ୍ଦୀ ଜାଣିନି, ଯାଅ…’। ତେବେ ଏହି ଟି-ସାର୍ଟ ପିନ୍ଧା ଫଟୋଟି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏବେ ଏହାକୁ ନେଇ ବିବାଦ ଉପୁଜିଛି। ତେବେ ତମାମ ବିବାଦ ବଢ଼ିବା ପରେ, ଏହାକୁ ନେଇ ଏବେ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ପ୍ରକାଶ ରାଜ।

ସେ ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି,’ ମୁଁ ୭ଟି ଭାଷା କହିପାରେ। ଭାଷା ଶିଖିବା ଓ କହିବାର ଅର୍ଥ ସେହି ଭାଷାଭାଷୀଙ୍କୁ ସମ୍ମାନ କରିବା। ମୁଁ ଯେଉଁ ଲୋକଙ୍କ ସହିତ କାମ କରିଛି ସେମାନଙ୍କ ଭାଷା ଶିଖିଛି। ମୁଁ ମୋର ଭାଷାକୁ କାହା ଉପରକୁ ଫୋପାଡ଼େ ନାହିଁ, ଏଥିରେ ଯଦି କେହି ମୋ ଭାଷାର ଅପମାନ କରେ ଓ ତାଙ୍କ ଭାଷା ମୋ ଉପରେ ଫୋପାଡ଼ିବାକୁ ଚେଷ୍ଟା କରିବେ ତେବେ ମୁଁ ସ୍ବର ଉତ୍ତୋଳନ କରିବି ଓ ବିରୋଧ କରିବି ବୋଲି ଉଲ୍ଲେଖ କରିଛନ୍ତି।’ ଏହା ସହିତ ପ୍ରକାଶ ରାଜ ‘ଷ୍ଟପ୍ ହିନ୍ଦୀ ଇମ୍ପୋଜିସନ’ ହ୍ୟାସ୍‌ ଟ୍ୟାଗ୍ ମଧ୍ୟ ଦେଇଛନ୍ତି।

ସୂଚନାଥାଉକି, ମାର୍ଚ୍ଚ ୬ ତାରିଖ ଦିନ ସୁପ୍ରିମକୋର୍ଟର ଜନୈକ ଓକିଲ ପ୍ରକାଶ ରାଜଙ୍କ ଏହି ଫଟୋଟିକୁ ଟ୍ୱିଟରରେ ସେୟାର କରିଥିଲେ। ଏଥିରେ ତାଙ୍କ ଟି-ସାର୍ଟ ଉପରେ ଲେଖାଯାଇଥିବା ଶବ୍ଦର ଅର୍ଥ ମଧ୍ୟ ଇଂରାଜୀରେ ବୁଝାଇଥିଲେ। ଓକିଲ ଏହି ପୋଷ୍ଟକୁ ତାମିଲନାଡୁ ପୋଲିସ୍‌କୁ ଟ୍ୟାଗ୍‌ କରି ପ୍ରକାଶ ରାଜଙ୍କ ବିରୋଧରେ ମାମଲା ରୁଜ୍ଜୁ ହେଲାଣି କି ବୋଲି ପ୍ରଶ୍ନ କରିଥିଲେ। ଏହି ପୋଷ୍ଟ ପରେ ପ୍ରକାଶ ରାଜ ଟ୍ୱିଟରରେ ଏହାର ଜବାବ ଦେଇଥିଲେ। ସେ ଓକିଲଙ୍କୁ ଟ୍ବିଟରରେ ଦେଇଥିବା ମତାମତର ସ୍କ୍ରିନସଟ୍‌ ସେୟାର କରିଥିଲେ।

ସେ କହିଥିଲେ ‘ମୋ ଭାଷା କନ୍ନଡ। ଯଦି ଆପଣ ଏହାର ଅପମାନ କରିବେ ଓ ନିଜର ଭାଷା ଫୋପାଡ଼ିବାକୁ ଚେଷ୍ଟା କରିବେ ମୁଁ ଏଇଭଳି ବିରୋଧ କରିବି..କ’ଣ ଆପଣ ମତେ ଧମକ ଦେଉଛନ୍ତି କି’ ବୋଲି ଉଲ୍ଲେଖ କରିଥିଲେ। ସୂଚନା ଯୋଗ୍ୟ ଯେ ପ୍ରକାଶ ରାଜ କନ୍ନଡ ଫିଲ୍ମର ଜଣେ ଲୋକପ୍ରୀୟ ଅଭିନେତା। ସେ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ସମ୍ବନ୍ଧିତ ଖବର