ବାଲେଶ୍ୱର, ୨୨/୦୭ : ବାଲେଶ୍ୱର ‘ପ୍ରମେୟ’ କାର୍ଯ୍ୟାଳୟର ବିଜ୍ଞାପନ ବିଭାଗ ଅଧିକାରୀ ପ୍ରଦୀପ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଘର ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ବେନ୍ତାଳ ଗାଁରେ । ପ୍ରଦୀପ ମଙ୍ଗଳବାର ସଂଧ୍ୟାରେ କାର୍ଯ୍ୟାଳୟରୁ କାମ ସାରି ଘରକୁ ଯାଉଥିଲେ । ବାଲେଶ୍ୱର ଆଇଟିଆଇ ଛକ ନିକଟସ୍ଥ ଟ୍ରାଫିକ୍ ପୋଷ୍ଟ୍ରେ ଛିଡ଼ା ହୋଇ ଟ୍ରାଫିକ୍ ସିଗ୍ନାଲକୁ ଅପେକ୍ଷା କରିଥିଲେ । ଏହି ସମୟରେ ପଛପଟୁ ବେପରୁଆ ଭାବେ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେବା ସହ ଘୋଷାଡ଼ି ନେଇଥିଲା । ଏଥିରେ ପ୍ରଦୀପଙ୍କ ହାତ, କାନ୍ଧ, ପଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିଥିଲା । ଘଟଣା ପରେ ଆମ୍ବୁଲାନ୍ସ ଫେରାର ହୋଇଯାଇଥିଲା । ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପ୍ରଦୀପ ପ୍ରଧାନ ଟ୍ରାଫିକ୍ ନିୟମ ମାନିବା ସହ ଅନ୍ୟ ଚାଳକଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇଥିଲେ । ତେବେ ବିନା ସାଇରନ୍ରେ ଏହି ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଏନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଚାଳକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି।

ଆହୁରି ପଢନ୍ତୁ- Bahuda yatra : ଆଇନ ଶୃଙ୍ଖଳା, ସୁରକ୍ଷାରେ ସାଲିସ କରନି... ବାହୁଡ଼ାରେ ଭିଡ଼ ପରିଚାଳନାକୁ ମୋହନଙ୍କ ଫୋକସ୍

NEET Without Coaching | ମେଣ୍ଢା ଚରାଳିଙ୍କ ପୁଅ ହେବେ ଡାକ୍ତର ; ମୋବାଇଲରେ ପଢି NEETରେ ଆଣିଲେ ୫୬୦ମାର୍କ