ଭୁବନେଶ୍ବର,୨୬/୫ : ରାଜ୍ୟର ଅଗ୍ରଣୀ ଖବର କାଗଜ ପ୍ରମେୟ ପକ୍ଷରୁ ଏହାର ନୂତନ କାର୍ଯ୍ୟାଳୟଠାରେ ‘ବିଶ୍ୱ ବିତରକ ଦିବସ ୨୦୨୬’ ପାଳିତ ହୋଇଯାଇଛି l ଏହି ଅବସରରେ ଅତିଥି ଭାବେ ପ୍ରମେୟ ନ୍ୟୁଜ୍ ସେଭେନ୍ ଗ୍ରୁପ ସିଇଓ ସୁନୀଲ ଦାସ, ପ୍ରମେୟ ନ୍ୟୁଜ୍ ସେଭେନ୍ ଗ୍ରୁପ ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ପ୍ରସାର ବିଭାଗର ଡିଜିଏମ ଗଜେନ୍ଦ୍ର ଦାସ, ପ୍ରସାର ବିଭାଗ ଏଜିଏମ ରମାକାନ୍ତ ମଲ୍ଲିକ, ନ୍ୟୁଜ ସେଭେନର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠି, ପ୍ରମେୟର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରମେୟ ଡିଜିଟାଲ ମୁଖ୍ୟ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପାଠକଙ୍କ ପାଖରେ ସେତୁବନ୍ଧ ସାଜି ଖବରକାଗଜ ପହଞ୍ଚାଇବା ବିତରକଙ୍କ ଦାୟିତ୍ଵ। ପ୍ରମେୟ ଆରମ୍ଭ ଦିନରୁ ବିତରକ ବନ୍ଧୁମାନଙ୍କୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି l ଆଜିର ଦିନ ଆପଣମାନଙ୍କ ପାଇଁ ସମର୍ପିତ l ଆପଣଙ୍କଠାରୁ ବହୁତ କିଛି ଶିଖିବାରେ ଅଛି l ଯାହା ବାଧାବିଘ୍ନ ଆସୁ ଆପଣମାନେ ନିଜର କାର୍ଯ୍ୟ ତୁଲାଇଥାନ୍ତି l ଆପଣମାନେ ଆମର ଗର୍ବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ସେହିଭଳି ଆଜିର ବିତରକ ଦିବସରେ ୧୩ଜଣ ବିତରକଙ୍କୁ ପ୍ରମେୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ୨ ଜଣ ଯୁବ ବିତରକ ମଧ୍ୟ ରହିଛନ୍ତି । ବିତରକ ପବିତ୍ର ମୋହନ ମହାପାତ୍ର, ଭାଗିରଥି ଦାସ, ଦିଲ୍ଲୀପ ଦାସ, ଅଶୋକ ପାତ୍ର, ଚକ୍ରଧର ବେହେରା, ବସନ୍ତ କୁମାର ଦାସ, ମନମୋହନ ଭଞ୍ଜ, ନୀଳମଣି ସାହୁ, ତରୁଣ ସାହୁ, ସନ୍ତୋଷ ପଣ୍ଡା,ପୂର୍ଣ୍ଣଚନ୍ଦ୍ର ଖଟେଇ, ସମ୍ପଦ ସାହୁ, ଦିଲ୍ଲୀପ ଜେନା ପ୍ରମୁଖଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ଆମେ ଖବରକାଗଜର ମେରୁ ଦଣ୍ଡ l ଆମ ପରିଶ୍ରମକୁ କେହି ମନେ ପକାଉନହାନ୍ତି ବୋଲି ବିତରକମାନେ କହିଥିଲେ l ଆଜିର ଏହି କାର୍ଯ୍ୟ ପାଇଁ ପ୍ରମେୟ ପରିବାରକୁ ଧନ୍ୟବାଦ ଜଣାଇଥିଲେ ବିତରକମାନେ ।