୧୨ଡିସେମ୍ବର ଶୁକ୍ରବାରର ନମାଜ ପରେ ବଙ୍ଗଳାଦେଶ ହିଂସାର ମୁଖ୍ୟ ଖଳନାୟକ ଉସମାନ ହାଦୀକୁ କେହି ଅଜ୍ଞାତ ଆତତାୟୀ ଗୁଳି କରି ଦେଇଥିଲେ । ସିଙ୍ଗାପୁରରେ ଚିକିତ୍ସା ଅବସ୍ଥାରେ ୧୮ ଡିସେମ୍ବରରେ ତାର ମୃତ୍ୟୁ ହୋଇଥିଲା ।ବଙ୍ଗଳାଦେଶର କଟର ପନ୍ଥୀମାନେ ଏହାକୁଆଳ କରି ପୁନର୍ବାର ଭାରତ ବିରୋଧି, ହିନ୍ଦୁ ବିରୋଧି ହିଂସା ଆରମ୍ଭ କରିଦେଲେ । ସେମାନଙ୍କୁ ଏକ ମୌକା ଆବଶ୍ୟକ ଥିଲା ହିନ୍ଦୁମାନଙ୍କୁ ହତ୍ୟା କରିବା ପାଇଁ । ସେହି ହତ୍ୟାର ପ୍ରଥମ ଶିକାର ହୋଇଥିଲେ ଦୀପୁଦାସ । ତାଙ୍କୁ ଅମାନବୀୟ ଭାବରେ ପିଟି ପିଟି ମାରିଦେବା ପରେ ଗୋଟିଏ ଗଛରେ ତା’ର ଶବକୁ ଟଙ୍ଗାଇ ସେହି ଗଛକୁ ନିଆଁ ଲଗାଇ ଦେଲେ କଟରପନ୍ଥୀ ।

ବଙ୍ଗଳାଦେଶର ଅନ୍ତରିମ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ରକ୍ଷା କରିବା ବାଆତତାୟୀମାନଙ୍କୁ ଧରିବା ତ ଦୂରରେଥାଉ, ବୟାନ ଦେଲେ ବଙ୍ଗଳାଦେଶରେ ହିନ୍ଦୁ ପରିଚୟ ଦେବା ଉଚିତ ନୁହେଁ । ଏହା ଜିହାଦୀମାନଙ୍କୁ ଅଧିକ ସୁହାଇଲା । ୨୪ଡିସେମ୍ବରରେ ଆଉ ଜଣେ ହିନ୍ଦୁ ଅମୃତଲାଲଙ୍କୁ ହତ୍ୟା କରାଗଲା, ୨୯ ଡିସେମ୍ବରରେ ବିଜେନ୍ଦ୍ର ଲାଲଙ୍କୁ ତାଙ୍କ କାର୍ଯ୍ୟସ୍ଥଳରେ ଯାଇଗୁଳି ମାରି ହତ୍ୟା କରିଦିଆଗଲା । ଆଉ ୩୧ ଡିସେମ୍ବରରେ ଆମେ ଭାରତୀୟମାନେ ଇଂରାଜୀ ନବବର୍ଷର ପାର୍ଟିରେ ମସଗୁଲଥିବା ବେଳେ ଖୋକନ ଦାସ ନାମଙ୍କ ହିନ୍ଦୁଙ୍କୁ ଦୋକାନରୁ ଘରକୁ ଫେରୁଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଗଲା ।

ଗତ ଏକବର୍ଷ ମଧ୍ୟରେ ବଙ୍ଗଳାଦେଶରେ ୨୪୪୨ ହିଂସାତ୍ମକ ଘଟଣାଘଟି ସାରିଲାଣି, ଆଉ ସବୁ ଘଟଣାରେ ଲକ୍ଷ୍ୟ ହେଉଛନ୍ତି ସଂଖ୍ୟାଲଘୁ ହିନ୍ଦୁ । କେବଳ ଅଗଷ୍ଟ ୫-୨୦ ତାରିଖ ମଧ୍ୟରେ ଘଟିଥିବା ହିଂସାରେ ୧୦୬୮ଟି ଘର, ଦୋକାନ ପୋଡ଼ାଯିବା ସହିତ ୨୨ଟି ମନ୍ଦିର ଭଙ୍ଗାଯାଇଛି ଜେହାଦୀମାନଙ୍କ ଦ୍ୱାରା ।

୧୯୭୧ ମସିହାରେ ବଙ୍ଗଳାଦେଶର ଗଠନରେ ଭାରତର ଭୂମିକା ସର୍ବାଗ୍ରେଥିଲା । ୧୯୪୭ରେ ଦେଶ ବିଭାଜନ ହୋଇପୂର୍ବ ପାକିସ୍ତାନ (ଆଜିର ବଙ୍ଗଳାଦେଶ),ପଶ୍ଚିମ ପାକିସ୍ତାନ (ପାକିସ୍ତାନ ) ଓ ହିନ୍ଦୁସ୍ତାନଏଭଳି ତିନି ଭାଗ ହୋଇଯାଇଥିଲା । ପଶ୍ଚିମ ପାକିସ୍ତାନର ମୁସଲିମମାନେପୂର୍ବ ପାକିସ୍ତାନରେ ବାସ କରୁଥିବା ମୁସଲିମମାନଙ୍କ ଉପରେ ଅତ୍ୟାଚାର, ଭେଦଭାବ ଆରମ୍ଭ କରିଦେଇଥିଲେ । କାରଣ ପଶ୍ଚିମ ପାକିସ୍ତାନର ଭାଷା ଥିଲା ଉର୍ଦ୍ଦୁ ଆଉପୂର୍ବ ପାକିସ୍ତାନର ବଙ୍ଗଳା । ପୂର୍ବ ପାକିସ୍ତାନର ଜନତାଙ୍କ ସମ୍ପର୍କ ପଶ୍ଚିମବଙ୍ଗ ସହିତ ଅଧିକଥିବା କାରଣରୁ ସେମାନଙ୍କ ଜୀବନଶୈଳୀ,ଖାଦ୍ୟ, ବେଶଭୂଷାରେ ତାହାର ପ୍ରଭାବ ଅଧିକ ଥିଲା । ଯାହାକୁ ପାକିସ୍ତାନୀମାନେ ସହ୍ୟ କରିପାରିଲେ ନାହିଁ। ଏଥିପାଇଁ ଆଜି ବେଲୁଚିସ୍ତାନରେ ପାକିସ୍ତାନୀ ସୈନ୍ୟମାନଙ୍କଦ୍ୱାରା ସେଠାକାର ଅଧିବାସୀମାନଙ୍କ ଉପରେ ଯେଉଁଭଳି ଅତ୍ୟାଚାର ଚାଲିଛି, ସେହିଭଳି ପୂର୍ବ ପାକିସ୍ତାନୀମାନଙ୍କ ଉପରେ ପାକିସ୍ତାନ ସେନା ଦ୍ୱାରା ଅତ୍ୟାଚାର ଓ ଶୋଷଣ କରାଯାଇଥିଲା ।

ଏହାର ପ୍ରତିବାଦରେ ଶେଖ୍ ମୁଜୀବୁରରେ ହମାନଙ୍କ ନେତୃତ୍ୱରେ ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା । ମୁକ୍ତି ଯୋଦ୍ଧାମାନେ ଭାରତ ସରକାରଙ୍କ ସହାୟତା ମାଗିଥିବାରୁ ଭାରତୀୟ ସୈନ୍ୟବାହିନୀର ପ୍ରତ୍ୟକ୍ଷ ସହଯୋଗ କାରଣରୁ ୧୯୭୧ ମସିହାରେ ପୂର୍ବ ପାକିସ୍ତାନ, ପଶ୍ଚିମ ପାକିସ୍ତାନରୁ ଅଲଗାହୋଇ ନୂତନ ଦେଶ ବଙ୍ଗଳାଦେଶ ଗଠନ ହୋଇଥିଲା । ବଙ୍ଗଳାଦେଶର ନାମକରଣ ବଙ୍ଗଳା ଭାଷା ଅନୁଯାୟୀ ହୋଇଥିଲା  ।ବଙ୍ଗଳାଦେଶ ଗଠନ ସମୟରେ ସର୍ବଧର୍ମ ସମାଜର ନୀତି ତଥା ଭାରତ ସହିତମିତ୍ରତା କାରଣରୁ ବଙ୍ଗଳାଦେଶକୁ ଭାରତମିତ୍ର ଦେଶ ଭାବେ ଘୋଷଣାକରି ସବୁ ପ୍ରକାର ସହାୟତା ଦେଇଥିଲା । ଏପରିକି ବଙ୍ଗଳାଦେଶର ଜାତୀୟସଙ୍ଗୀତ "ଆମାର ସୋନାରବାଙ୍ଗଲା...’କୁ ବିଶ୍ୱକ ବିରବୀନ୍ଦ୍ର ନାଥ ରଚନାକରିଥିଲେ । ୧୯୬୧ରେକ ବିଗୁରୁଙ୍କ ସ୍ମୃତିରେ ପ୍ରତିଷ୍ଠିତ ଛାୟାନାଟ ନାମକ ସଂସ୍ଥା ବଙ୍ଗଳାଦେଶର ମୁକ୍ତି ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିଲା ।କିନ୍ତୁ ଦୁଃଖର ବିଷୟ, ଆଜିତାକୁ ବି ଭାଙ୍ଗି ଚୂର୍ମାର କରିଦେଇଛନ୍ତିଜେହାଦୀମାନେ ।ବଙ୍ଗଳାଦେଶର ଏକପ୍ରକାର ଜନକଶେଖ୍ ମୁଜୀବୁର ରେହମାନଙ୍କ ମୂର୍ତ୍ତିସହିତ ରବୀନ୍ଦ୍ର ନାଥଙ୍କ ମୂର୍ତ୍ତିକୁ ଭାଙ୍ଗିଚୂର୍ମାର କରିବା ସହିତ ଜାତୀୟ ସଙ୍ଗୀତର ଅପମାନ କରି ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ସେଠାରେ ଧର୍ମାନ୍ଧଜେହାଦୀମାନେ । ସେମାନଙ୍କ ଗୋଟିଏଯୁକ୍ତି– ବଙ୍ଗଳାଦେଶରେ ଭାରତର କୌଣସି ଚିହ୍ନବର୍ଣ୍ଣ ରଖାଯିବ ନାହିଁ ।

କିନ୍ତୁବଙ୍ଗଳାଦେଶୀ କଟରପନ୍ଥୀମାନଙ୍କୁ ଜଣାନାହିଁଯେ, ୧୯୭୧ ଯୁଦ୍ଧରେ ଯେତେବେଳେ ୯୦ହଜାର ପାକିସ୍ତାନୀ ସୈନ୍ୟମାନେ ଭାରତପାଖରେ ଆତ୍ମସମର୍ପଣ କରିଥିଲେ, ଭାରତ ଚାହିଁଥିଲେ ସେହି ସମୟରେ କୌଣସିବି ସର୍ତ୍ତ ଲଗାଇ ପାରିଥାନ୍ତା । କିନ୍ତୁ ଭାରତନିଜର ସଂଯମତା ଓ ପଡ଼ୋଶୀ ଧର୍ମକୁପାଳନ କରିଥିଲା । ଏହାର ଲାଭ ନେଇ ଆଜି ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ।୧୯୭୧ରେ ଯେତେବେଳେ ୨୨%ହିନ୍ଦୁ ବଙ୍ଗଳାଦେଶରେ ଥିଲେ ଆଜି ତାହାକେବଳ ୮%ରୁ କମ୍, ମାତ୍ର ଦେଢ଼ କୋଟି ହିନ୍ଦୁ ସେଠାରେ ଅଛନ୍ତି । ବଙ୍ଗଳାଦେଶ ଆଜି ପୁନର୍ବାର ନିଜ ଅତୀତକୁ ଭୁଲି ପାକିସ୍ତାନଓ ଆଇଏସ୍ଆଇ ହାତରେ ପରିଚାଳିତ ହେଉଛି । ଆମେରିକା, ଚାଇନାର ଲୋଲୁପଦୃଷ୍ଟିର ଶିକାର ହୋଇ ଭାରତ ବିରୋଧୀକାର୍ଯ୍ୟ କରି ଚାଲିଛି । ବଙ୍ଗଳାଦେଶର ଜେନ୍-ଜି, ଯୁବପିଢ଼ି ଆଜି ଭାରତ ବିରୋଧୀ ଓ ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିରାତାରାତି ବଡ଼ ନେତା ହେବାର ସ୍ୱପ୍ନଦେଖୁଛନ୍ତି । ଚୀନ ଆଜି ଭାରତ ବିରୋଧରେ ଲାଲମୋନୀର ହାଟ ବିମାନ ଘାଟି ବଙ୍ଗଳାଦେଶରେ ତିଆରି କରୁଛି, ଯାହାକି ଭାରତର ଚିକେନ୍‌ନେକ୍ ଠାରୁ ମାତ୍ର ୨୦କିଲୋମିଟର ଦୂରରେ । ଆମେରିକା ୟୁନୁସ୍‌ ସରକାରକୁ ଭାରତ ବିରୋଧରେ ଉସ୍‌କାଉଛି ଓ ଭାରତ ବିରୋଧି କାର୍ଯ୍ୟ ପାଇଁ ପଇସା ଦେଉଛି ।

ବଙ୍ଗଳାଦେଶକୁ ଆଜି ବିଜୁଳି ଯୋଗାଣ ଭାରତର ଆଦାନୀ ଦ୍ୱାରା ଚାଲିଛି,ଇଣ୍ଟରନେଟ୍ ଭାରତ ଦ୍ୱାରାବିଛା ଯାଇଥିବା କେବୁଲ୍ ସହାୟତାରେ ଚାଲିଛି,ପ୍ରତ୍ୟେକ ଦିନ ହଜାର ହଜାର ବଙ୍ଗଳାଦେଶୀ ମେଡିକାଲ ଭିସା ନେଇ ଭାରତରେ ଚିକିତ୍ସା ହେବା ପାଇଁ ଆସୁଛନ୍ତି ।

ବଙ୍ଗଳାଦେଶରେ ଦିଆଯାଉ ଥିବା ଶସ୍ତା ଚାଉଳ ଭାରତ ଦ୍ୱାରା ପ୍ରଦତ୍ତ । ଆଜି ଯେଉଁ ରେଡି ମେଡ୍ କପଡ଼ା ଭାରତରେ ବିକ୍ରି କରି ବଙ୍ଗଳାଦେଶର ଅର୍ଥନୀତି ଉନ୍ନତ ହେଉଥିଲା, ତାହାର ଅଧିକାଂଶ କଞ୍ଚାମାଲ ଭାରତରୁ ହିଁରପ୍ତାନି ହେଉଥିଲା । ଭାରତ ସରକାର ବାଂଲାଦେଶକୁ ୪୫ ହଜାର କୋଟି ଡଲାର ଆର୍ଥିକ ସହାୟତା ଏଇ କିଛିଦିନ ପୂର୍ବେ ଦେଇଥିଲେ । ବଙ୍ଗଳାଦେଶର ଅର୍ଥନୀତି,ସାମାଜିକ, ସ୍ୱାସ୍ଥ୍ୟ, ଖାଦ୍ୟ ସବୁ କିଛି ବିଷୟରେ ଭାରତ ଉପରେ ନିର୍ଭରଶୀଳ ।

ଅଟଳ ବିହାରୀ ବାଜପେୟୀ କହିଥିଲେ,ଆମେ ନିଜର ପଡ଼ୋଶୀ ବଦଳାଇ ପାରିବାନାହିଁ । କିନ୍ତୁ ଏହି କଥା ବାଂଲାଦେଶକୁ ବିମନେ ରଖିବାକୁ ପଡ଼ିବ । କିନ୍ତୁ ଦୁଃଖରବିଷୟ, କିଛିଦିନ ପୂର୍ବେ ବଙ୍ଗଳାଦେଶରଜେହାଦୀମାନେ ଭାରତ ଓ ବଙ୍ଗଳାଦେଶସୀମାରେ ଥିବା ଆସାମର ୯ଟି ଜିଲ୍ଲା,ବିହାରର ୫ଟି ଜିଲ୍ଲା, ଝାଡ଼ଖଣ୍ଡର ୩ଟିଜିଲ୍ଲାକୁ ବଙ୍ଗଳାଦେଶରେ ମିଶାଇ ବୃହତ୍ତବଙ୍ଗଳାଦେଶର ସ୍ୱପ୍ନ ଦେଖୁଥିଲେ ।

ଆପଣମାନେ ପଞ୍ଚତନ୍ତ୍ର କଥାଶୁଣିଥିବେ । ଗୋଟିଏ ଶରଣାଗତ, ଭୟଭୀତମୂଷିକକୁ ତପୋ ବଳରେ ଋଷି ବାଘ ବନାଇଦେଇଥିଲେ । କିନ୍ତୁ ଯେତେବେଳେ ସେହିବାଘ ଋଷିଙ୍କୁ ଖାଇବା ପାଇଁ ଆକ୍ରମଣକରିବାକୁ ଆସିଥିଲା, ସେ ତାକୁ ପୁନର୍ବାରମୂଷିକ ବନାଇ ଦେଇଥିଲେ । ସେହିଭଳିବଙ୍ଗଳାଦେଶକୁ "ପୁନଃ ମୂଷିକ ଭବ’ କରିବାପାଇଁ ଭାରତକୁ ଅଧିକ ସମୟ ଲାଗିବ ନାହିଁ ।

ବଙ୍ଗଳାଦେଶକୁ ଚିନ୍ତା କରିବାକୁ ହେବତା’ର ଗତି କୁଆଡ଼େ? ଦେବାଳିଆ ପାକିସ୍ତାନଆଡ଼କୁ, ନା ବିକଶିତ ଭାରତ ଆଡ଼କୁ ।