PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

‘ପ୍ରମେୟ’ର ନିଶ୍ଚିତ ଉପହାର ଯୋଜନା; ପ୍ରଥମ ଦିନରେ ୨୪ ହଜାର ପାଇଲେ

ଭୁବନେଶ୍ୱର,୨୧ ।୫(ବ୍ୟୁରୋ): ଦିନ ୧୦ଟାରୁ ପ୍ରବଳ ଖରା ଓ ପ୍ରଚଣ୍ଡ ଗୁଳୁଗୁଳି ଆରମ୍ଭ ହୋଇଥିଲା । କିନ୍ତୁ ବିଜେବି ନଗର ଆର୍ଟସ୍‌ ବ୍ଲକ୍‌ ପାଖ ‘ପ୍ରମେୟ’ ଉପହାର ବିତରଣ କେନ୍ଦ୍ରରେ ଲମ୍ବା ଲାଇନ୍‌ ଲାଗିଥିଲା । ଲୋକେ ଖରା ଓ ତାତିକୁ ଖାତିର ନ କରି ‘ପ୍ରମେୟ’ର ଉପହାର ବିତରଣ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ପାଠକମାନେ ଖାଲି ଉପହାର ନେଉନଥିଲେ, ବରଂ ‘ପ୍ରମେୟ’ର ବିଭିନ୍ନ ଅଭିଯାନ ଓ ଖବରର ମାନକୁ ଭୂରି ଭୂରି ପ୍ରଂଶସା କରୁଥିଲେ । କେବଳ ବିଜେବି ନଗର ନୁହେଁ ରାଜଧାନୀର ୨୦ଟି ଉପହାର ବିତରଣ କେନ୍ଦ୍ରରେ ଆଜି ଏଭଳି ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଥିଲା ।

‘ପ୍ରମେୟ’ ନିଶ୍ଚିତ ଉପହାର ଯୋଜନାରେ ଉପହାର ବିତରଣର ଆଜି ଥିଲା ପ୍ରଥମ ଦିନ । ପ୍ରାୟ ୨୪ହଜାରରୁ ଅଧିକ ପାଠକ ଏପ୍ରିଲ ମାସର ନିଶ୍ଚିତ ଉପହାର ନେଇଥିଲେ । ସହରର ଭିନ୍ନ ଭିନ୍ନ ସ୍ଥାନରେ ୨୦ଟି ଉପହାର ବିତରଣ କେନ୍ଦ୍ର ଖୋଲିଥିଲା । ଉପହାର ନେବାକୁ ସକାଳ ୯ଟାରୁ ଭିଡ଼ ଆରମ୍ଭ ହୋଇଯାଇଥିଲା । ଅପରାହ୍ନ ୧ଟା ଯାଏ ପୁରସ୍କାର ଦିଆଯାଇଥିଲା । ଆସନ୍ତା ଦୁଇ ଦିନ(ବୁଧବାର ଓ ଗୁରୁବାର) ମଧ୍ୟ ଉପହାର ପ୍ରଦାନ କରାଯିବ ।

‘ପ୍ରମେୟ’ ଗ୍ରୁପ୍‌ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ, ମାର୍କେଟିଂ ଓ ସେଲସ ଭାଇସ୍‌ ପ୍ରେସିଡେଣ୍ଟ ଲିଙ୍ଗରାଜ ଲେଙ୍କା, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ ଗଜେନ୍ଦ୍ର ଦାଶ, ଏଜିଏମ୍‌ ରମାକାନ୍ତ ମଲ୍ଲିକ, ମାର୍କେଟିଂ ଓ ସେଲସ୍‌ ଡିଜିଏମ୍‌ ସୁଶାନ୍ତ ମହାପାତ୍ର ପ୍ରମୁଖ ବିଭିନ୍ନ ଷ୍ଟଲ୍‌ରେ ଉପହାର ବିତରଣ କରିଥିଲେ । ‘ପ୍ରମେୟ’ର ବିଭିନ୍ନ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

୨୦,ଉପହାର ବିତରଣ କେନ୍ଦ୍ର
‘ପ୍ରମେୟ’ ନିଶ୍ଚିତ ଉପହାର ବିତରଣ ପାଇଁ ରାଜଧାନୀରେ ୨୦ଟି କେନ୍ଦ୍ର ଖୋଲିଛି । ସାମନ୍ତରାପୁର ତାରିଣୀ ମନ୍ଦିର ପାଖ, ପୁରୁଣା ଭୁବନେଶ୍ୱର ଗଙ୍ଗା ଯମୁନା ନିଉ ମାର୍କେଟ ରୋଡ, କଳ୍ପନା ବିଜେବି ଆର୍ଟସ୍‌ ବ୍ଲକ ପାଖ, ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ପାଖ, ୟୁନିଟ-୯ ଲକ୍ଷ୍ମୀପୂଜା ପଡିଆ, ସହିଦନଗର ଦୁର୍ଗାମଣ୍ଡପ ପାଖ, ଭିଏସଏସ୍‌ ନଗର ତ୍ରିପାଠୀ ହାର୍ଡୱୟାର ଷ୍ଟୋର ପାଣିଟାଙ୍କି ପାଖ, ରସୁଲଗଡ଼ ପାଲା ମଣ୍ଡପ ପାଖ, ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ପାଖ, ପଟିଆ ବିଗବଜାର ଛକ, ଶୈଳଶ୍ରୀ ବିହାର ଡିଏଭି ସ୍କୁଲ ପାଖ, କଳିଙ୍ଗ ହସ୍ପିଟାଲ ଛକ, ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ, ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଖ, ରୁଚିକା ମାର୍କେଟ୍‌ ଦୁର୍ଗାପୂଜା ମଣ୍ଡପ ପାଖ, କଳିଙ୍ଗବିହାର ଶିବ ମନ୍ଦିର ପାଖ, ଡୁମଡୁମା ସାଇ ମନ୍ଦିର ପାଖ, ଜାଗମରା ପ୍ରମେୟ ଅଫିସ, ପୋଖରୀପୁଟ ଡିଏଭି ସ୍କୁଲ ପାଖ ଓ ୟୁନିଟ-୬ ଗଙ୍ଗନଗର ଦୁର୍ଗାମଣ୍ଡପ ପାଖରେ ଏହି ବିତରଣ କେନ୍ଦ୍ର ଖୋଲିଛି । ବୁଧବାର ଓ ଗୁରୁବାର ମଧ୍ୟ ଏହି କେନ୍ଦ୍ରରେ ଉପହାର ବିତରଣ ଜାରି ରହିବ ।