PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ ୧୧।୮ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ପ୍ରଣବ ମୁଖାର୍ଜୀଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ତଳେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା ଏବଂ ଏବେ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଏପରି କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କ ପାଇଁ ପ୍ରାର୍ଥନା ଜାରି ରହିଛି। ପଶ୍ଚିମବଙ୍ଗରେ ପ୍ରଣବ ମୁଖାର୍ଜୀଙ୍କ ପୈତୃକ ଗାଁ ମିରିଟିରେ ଯଜ୍ଞ ଏବଂ ପୂଜା ଆରମ୍ଭ ହୋଇ ଯାଇଛି। ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ମିରିଟି ଗାଁରେ ଏହି ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଉଛି ଏବଂ ପ୍ରଣବ ମୁଖାର୍ଜୀଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଉଛି।

ଗତ ୧୦ ତାରିଖରେ ନିଜର ଟ୍ବିଟ୍‌ ଯୋଗେ ସୂଚନା ଦେଇଥିଲେ କି ସେ କରୋନାରେ ସଂକ୍ରମିତ। ସେ ଟ୍ବିଟରେ ଏହା ମଧ୍ୟ ଲେଖିଥିଲା କି, ସେ ଏକ ଅଲଗା କାରଣରୁ ହସ୍ପିଟାଲ ଯାଇଥିଲେ, ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିଥିଲା।  ସୁତ୍ରରୁ ପ୍ରକାଶ ରକ୍ତର ଏକ ବ୍ଲଡ୍‌ କ୍ଲଟକୁ ହଟାଇବା ପାଇଁ ବ୍ରେନ୍‌ ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଯେଉଁଠାରେ ତାଙ୍କର ଅବସ୍ଥା ଗମ୍ଭୀର ଅଛି ବୋଲି କୁହାଯାଉଛି। ଆର୍ମୀ ଆର୍‌ଆର୍‌ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।