PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଏବେ ବି ଭେଣ୍ଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା

www.livehindustan.com

ନୂଆଦିଲ୍ଲୀ,୧୩/୦୮: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ବିଜେତା ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଗତ ସୋମବାରଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଏକାଧିକ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ଇତିମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟି ନ ଥିବା ଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ମେଡିକାଲ ପକ୍ଷରୁ ବୁଧବାର ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ ମୁତାବକ, ଶ୍ରୀ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ରହିଛି । ତାଙ୍କ ରକ୍ତଚାପ ଏବଂ ରକ୍ତ ପ୍ରବାହର ଗତି ସାମାନ୍ୟ ରହିଛି । ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ ଗତ ସୋମବାର ଗୁରୁତର ଅବସ୍ଥାରେ ଦିଲ୍ଲୀର ଆର୍ମି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଜରୁରିକାଳୀନ ଭାବେ ସେହିଦିନ ହିଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପୂର୍ବରୁ ନିୟମ ମୁତାବକ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ସେ କରୋନା ପଜିଟିଭ ଥିବା ସତ୍ତେ୍ୱ ତାଙ୍କର ଅସ୍ତ୍ରୋପଚାର କରାଯାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ସେ ଗାଧୁଆ ଘରେ ପଡିଯିବା କାରଣରୁ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା।

ସେପଟେ ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ଆଜି ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଟ୍ୱିଟ୍‌ କରିଛନ୍ତି । ସେ କହିଛନ୍ତି, ଗତ ବର୍ଷ ଅଗଷ୍ଟ ୮ ମୋ ଜୀବନର ସବୁଠାରୁ ଖୁସିର ଦିନ ଥିଲା, କାହିଁକି ନା ମୋ ପିତାଙ୍କୁ ଭାରତ ରତ୍ନ ମିଳିଥିଲା । ଏବେ ଗୋଟିଏ ବର୍ଷ ପରେ ୧୦ ଅଗଷ୍ଟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ରହିଛି । ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ମୋତେ ଜୀବନର ସମସ୍ତ ସୁଖଦୁଃଖକୁ ସ୍ୱୀକାର କରିବାକୁ ଶକ୍ତି ଦିଅନ୍ତୁ ।