ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିଜେଡ଼ିରେ ଯୋଗ ଦେଲେ ପ୍ରଣୟ ସାହୁ

ଭୁବନେଶ୍ୱର,୨୨/୧: କଂଗ୍ରେସରୁ ଇସ୍ତଫା ଦେଇଥିବା ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ପ୍ରଣୟ ସାହୁ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର ଗୋଟିଏ ଦିନ ପରେ ସେ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ପ୍ରଣୟ ସାହୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଗତବର୍ଷ ବିଜେପୁରରେ ଉପନିର୍ବାଚନ ସେ କଂଗ୍ରେସର ପ୍ରାର୍ଥୀ ଥିଲେ । ବିଜେପୁର ଉପନିର୍ବାଚନ ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଇସ୍ତଫା ଦେଇଥିଲେ ବୋଲି ସେ ଜଣାଇଛନ୍ତି । ତେବେ ପ୍ରଣୟ ଶ୍ରୀକାନ୍ତ ଜେନାଙ୍କ ସମର୍ଥକ ଥିଲେ । ଶ୍ରୀକାନ୍ତ ଜେନାକୁ କଂଗ୍ରେସ ବହିଷ୍କାର କରିବା ପ୍ରତିବାଦରେ ସେ କଂଗ୍ରେସ ଛାଡ଼ିଥିବା ଆଲୋଚନା ହୋଇଥିଲା । ବର୍ତମାନ ପ୍ରଣୟ ବିଜେଡ଼ିରେ ଯୋଗ ଦେବା ପରେ ବିଜେପୁର ତଥା ବରଗଡ଼ ଜିଲ୍ଲା ବିଜେଡ଼ିର ସ୍ଥିତି ଆହୁରି ମଜବୁତ ହୋଇଥିବା କୁହାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.