ନୂଆଦିଲ୍ଲୀ: ରାଜନୀତି ରଣନୀତିଜ୍ଞ ଭାବେ ବେଶ ଜଣାଶୁଣା ତଥା ଜନସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନିଜର ଘର ଛାଡ଼ିଛନ୍ତି । ସେ ବିହାରର ନବନିର୍ମାଣ ଆଶ୍ରମକୁ ସିଫ୍ଟ ହୋଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜର ପ୍ରତିକ୍ରିୟାରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି । ଏହାସହ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ଘର ଛାଡ଼ିଥିବା ସମ୍ପର୍କରେ ପ୍ରକାଶ କରିଛନ୍ତି ।

ଘର ଛାଡ଼ିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତ କିଶୋର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଏଥର ଏହି ଆଶ୍ରମରୁ ରାଜନୈତିକ କାର୍ଯ୍ୟ ଚାଲିବ । ଆଗାମୀ ବିଧାନସଭା ନିର୍ବାଚନରେ ସ୍ଥାନ ପାଇବା ପର୍ଯ୍ୟନ୍ତ ଏହା ମୋର ନୂତନ ଗୃହ ଏବଂ ଏଠାରୁ ସମସ୍ତ କାର୍ଯ୍ୟ ପରିଚାଳିତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ବିହାର ରାଜନୀତିରେ ମୁଁ ଏବଂ ମୋ ଦଳ ନାଁ କରିବା ପର୍ଯ୍ୟନ୍ତ ମୁଁ ଏଠାରେ ରହିବି।

ଏହି ପ୍ରେସମିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଥିଲେ । ନିର୍ବାଚନ ସମୟରେ ଲୋକଙ୍କୁ ଜାତି, ଧର୍ମ ଏବଂ ଟଙ୍କା ପ୍ରଲୋଭନ ଦେଖାଇ ମୁଖ୍ୟମନ୍ତ୍ରୀ ହେଲେ । ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟସଭାକୁ ଚାଲିଗଲେ । ଆର୍ଥିକ ସଙ୍କଟ ସମୟରେ ସେ ରାଜ୍ୟ ଛାଡ଼ି ପଳାୟନ କରିଥିବା କହି ସମାଲୋଚନା କରିଛନ୍ତି । ଏହାସହ ସେ କହିଥିଲେ କି,କେହି ଟଙ୍କା ଲୋଭରେ ଆଉ ଭୋଟ ଦିଅନ୍ତୁ ନାହିଁ । ବିହାର ହେଉଛି ଏକ ଗରୀବ ରାଜ୍ୟ । ତଥାପି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଠାରେ ଅଯଥା ଖର୍ଚ୍ଚ କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୫ ଏକରର ବାସଗୃହରେ ରହୁଥିବା କହି କଟାକ୍ଷ କରିଛନ୍ତି ।

ଏହାସହ ପଢ଼ନ୍ତୁ : Cibil Score: ଲୋନ୍ କରିଥିଲେ ଜାଣିରଖ, ଖରାପ ସିବିଲ୍ ପାଇଁ ହୁଏ କି ଜେଲ ?