ନୂଆଦିଲ୍ଲୀ: ଆପଣଙ୍କର ସିବିଲ୍ ସ୍କୋର୍ କେତେ ? ଆମେ ଯେତେବେଳେ ଲୋନ୍ କରିବା ପାଇଁ ଯାଉ ପ୍ରଥମ ପ୍ରଶ୍ନ ଭାବେ ଏହା ପଚରାଯାଇଥାଏ । ସମାଜରେ ପ୍ରାୟ ଲୋକ ଋଣ କରିଥାନ୍ତି । ଯଦି କେହି ଠିକରେ ନ ଶୁଝନ୍ତି ତାହେଲେ ଏହା ଆମର ସିବିଲ୍ ସ୍କୋର ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ପୁଣିଥରେ ଲୋନ୍ କରିବା ବେଳେ ଏହା ପ୍ରଭାବ ପକାଇଥାଏ । ଏଣୁ ଅନେକ ଲୋକ ସିବିଲ୍ ସ୍କୋର ଠିକ୍ ରଖିବାକୁ ଚେଷ୍ଟା କରନ୍ତି । ଯଦି ଆପଣ ଲୋନ୍ କରି ଶୁଝନ୍ତି ନାହିଁ, ସିବିଲ୍ ସ୍କୋର ଖରାପ ରହେ । ଏମିତି ହେଲେ ଆପଣଙ୍କୁ ହେବ କି, ଜେଲ ? ଏମିତି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବାବେଳେ ଆସନ୍ତୁ ଏ ସମ୍ପର୍କରେ ଆମର ଏହି ଆଲ୍ଲେଖ୍ୟରେ ଜାଣିବା ।
ସିବିଲ୍ ସ୍କୋର ଏକ ପ୍ରକାର ଆର୍ଥିକ ରିପୋର୍ଟ କାର୍ଡ । କେହି ଋଣ କରି ଠିକ୍ ସମୟରେ ପରିଶୋଧ କରିଛନ୍ତି କି, ନାହିଁ ତାହା ଏଥିରୁ ଜଣାପଡ଼ିଥାଏ । ସିବିଲ୍ ସ୍କୋର ୩୦୦ରୁ ୯୦୦ ମଧ୍ୟରେ ରହିଥାଏ । ୭୫୦ରୁ ଅଧିକ ରହିଲେ ଏହାକୁ ଭଲ ବୋଲି କୁହାଯାଏ । ଏହାସହ ୬୦୦ରୁ କମ୍ ସ୍କୋର ଖରାପ ଭାବେ ବିବେଚନା କରାଯାଏ । ଯଦି କେହି ନିୟମିତ ଭାବେ ତାଙ୍କର ଇଏମଆଇ କିମ୍ବା କ୍ରେଡିଟ୍ କାର୍ଡ ବିଲ୍ ଠିକରେ ପୈଠ କରନ୍ତି ନାହିଁ ସିବିଲ ସ୍କୋର ହ୍ରାସ ପାଇଥାଏ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ପୁଲିସ ଗିରଫ କରିପାରିବ ନାହିଁ । କିନ୍ତୁ ଆପଣଙ୍କୁ ପରେ ଋଣ ମିଳିବା କଷ୍ଟକର ହେବ ।
ସିବିଲ୍ ସ୍କୋର ଖରାପ କୌଣସି ଅପରାଧ ନୁହେଁ ଏଥିପାଇଁ କୌଣସି ଜେଲଦଣ୍ଡ ହୋଇପାରିବ ନାହିଁ । ତଥାପି ଏହା ଦୀର୍ଘକାଳୀନ ଆର୍ଥିକ ପ୍ରଭାବ ପକାଇପାରେ । ଏହା କୌଣସି ବ୍ୟକ୍ତି କିମ୍ବା ସଂଗଠନର ଆର୍ଥିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।
କ’ଣ ପକାଏ ପ୍ରଭାବ
- ନୂତନ ଋଣ ପାଇବାରେ ଅସୁବିଧା ହୋଇପାରେ
- ଆପଣଙ୍କୁ ଆପଣଙ୍କ ଗୃହ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିପାରେ
- ଆପଣ ଆପଣଙ୍କର EMI ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି
- କିଛି କମ୍ପାନୀରେ କାମ କରିବା ସମୟରେ ସମସ୍ୟା ହୋଇପାରେ
- ଆପଣ ଆର୍ଥିକ କମ୍ପାନୀଗୁଡ଼ିକ ପାଇଁ ଭଲ ଗ୍ରାହକ ନୁହଁନ୍ତି
ଯଦିଓ କେବଳ ଏକ ଖରାପ CIBIL ସ୍କୋର ଜେଲଦଣ୍ଡର କାରଣ ହୁଏନାହିଁ, କିଛି ପରିସ୍ଥିତି ଗମ୍ଭୀର ପରିଣାମ ଆଣିପାରେ। ଭାରତୀୟ ଦଣ୍ଡସଂହିତା(BNS) 2023,ଯାହା ୧ଜୁଲାଇ ୨୦୨୪ ଅନୁଯାୟୀ କିଛି ଆଇନଗତ ବ୍ୟବସ୍ଥା ରହିଛି...
- BNS 2023 ର ଧାରା 318ଅନୁଯାୟୀ , ଠକେଇ ଭାବରେ ଆର୍ଥିକ କିମ୍ବା ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନଗୁଡ଼ିକୁ ଭ୍ରମିତ କରିବା, ଋଣ ପାଇବା ପାଇଁ ବିବରଣୀ ପ୍ରସ୍ତୁତ କରିବା, କିମ୍ବା ବେଆଇନ ତୃତୀୟ-ପକ୍ଷ ଋଣ ଆପ୍ ଅଭ୍ୟାସ କରିବା ପାଇଁ ଏହି ଧାରା ଅନୁଯାୟୀ କଠୋର ଦଣ୍ଡ ଦିଆଯାଇଛି, ଯେଉଁଥିରେ 7 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜରିମାନା ଅନ୍ତର୍ଭୁକ୍ତ ହୋଇପାରେ।