ନୂଆଦିଲ୍ଲୀ: ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ତାଙ୍କ ଦଳ ଜନସୁରାଜ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପ୍ରଶାନ୍ତ କିଶୋର ବୁଧବାର ରୋହତାସରେ ଏନେଇ ସୂଚନା ଦେଇଛନ୍ତି । ଏହି ସମୟରେ କହିଛନ୍ତି ଯେ, ସେ କରଗହର କିମ୍ବା ରାଘୋପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।
ରୋହତାସର ସାମ୍ବାଦିକ ମାନେ ପ୍ରଶାନ୍ତ କିଶୋରଙ୍କୁ ପଚାରିଲେ ଯେ, ସେ କେଉଁଠାରୁ ନିର୍ବାଚନ ଲଢ଼ିବେ । ଏହି ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ। ଯଦି ତାଙ୍କୁ ନିର୍ବାଚନ ଲଢ଼ିବାକୁ ପଡ଼େ, ତେବେ କେବଳ ଦୁଇଟି ବିକଳ୍ପ ରହିବ। ସେ ତାଙ୍କ ଜନ୍ମସ୍ଥାନରୁ କିମ୍ବା ତାଙ୍କ କର୍ମଭୂମିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଦଳ ବିହାରର ଯେକୌଣସି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇପାରିବ। ମୋର ଜନ୍ମସ୍ଥାନ କରଗହର ଏବଂ ଯଦି ମୁଁ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା ନ କରେ, ତେବେ ମୁଁ ରାଘୋପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ତାଙ୍କ ଦଳର ନିର୍ବାଚନ କମିଟି ଏହାକୁ ଅନୁମୋଦନ କରେ, ତେବେ ସେ ନିର୍ବାଚନ ଲଢ଼ିବାକୁ ଚାହାଁନ୍ତି। ସୂଚନାଥାଉକି ଯେ, ବିହାର ବଦଲାବ ଯାତ୍ରା ଅଧୀନରେ ପ୍ରଶାନ୍ତ କିଶୋର ଆଜି ରୋହତସ ଜିଲ୍ଲାର କରାକଟରେ ପହଞ୍ଚିଛନ୍ତି।